Home Our Berhampur ମହାତ୍ମା ହେଲ୍ପିଂ କ୍ଲବ୍ ତରଫରୁ ଅଧ୍ୟୟନରତ ତେଲୁଗୁ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ତେଲୁଗୁ ପାଠ୍ୟ ପୁସ୍ତକ ପ୍ରଦାନ

ମହାତ୍ମା ହେଲ୍ପିଂ କ୍ଲବ୍ ତରଫରୁ ଅଧ୍ୟୟନରତ ତେଲୁଗୁ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ତେଲୁଗୁ ପାଠ୍ୟ ପୁସ୍ତକ ପ୍ରଦାନ

ମହାତ୍ମା ହେଲ୍ପିଂ କ୍ଲବ୍ ତରଫରୁ ଗୁରୁବାର ସିଟି ହାଇସ୍କୁଲ ଓ ସରକାରୀ ବାଳିକା ବିଦ୍ୟାଳୟରେ ଅଧ୍ୟୟନରତ ତେଲୁଗୁ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ତେଲୁଗୁ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା । କ୍ଲବ୍ ସଂଯୋଜକ ଏମ୍.ଭେଂକେଟ ରାମଣାଙ୍କ ନେତୃତ୍ୱରେ ଅନୁÂିତ କାର୍ଯ୍ୟକ୍ରମରେ ଏ.ସୁରେଶ ପରିଚାଳନା କରିଥିଲେ । ମୁଖ୍ୟ ଅତିଥିରୂପେ ଶିକ୍ଷକ ଶଶିଧର ବର୍ମା ଯୋଗଦେଇଥିଲେ । ସମ୍ମାନୀତ ଅତିଥିଭାବେ ଆନନ୍ଦ ରାଓ, ଆର୍.ସୁରବାଇ, ଏମ୍.ଜଗନ୍ନାଥ ରାଓ ଆଚାରୀ, ବିଜୟ ଚନ୍ଦ୍ର, ରବି କୁମାର ଗୁପ୍ତା ପ୍ରମୁଖ ଯୋଗଦେଇଥିଲେ । ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡକ୍ଟର ସବିତାରାଣୀ ଦାସ, ରେବତୀ ଏବଂ ସିଟି ହାଇସ୍କୁଲ୍ର ପ୍ରଧାନ ଶିକ୍ଷକ କାଳୀ ଚରଣ ପ୍ରଧାନଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ ।