
ଏପ୍ରିଲ ୧୪ ପରିବର୍ତ୍ତେ ରାଜ୍ୟରେ ୩୦ ତାରିଖ ଏବଂ ଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ କଟକଣାକୁ ବୃଦ୍ଧି କରାଯାଇଛି । ଏପରି ବୃଦ୍ଧି ଫଳରେ ପୂର୍ବଭଳି ସମସ୍ତ କଟକଣା ବଳବତ୍ତର ରହିବ ବୋଲି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୁଚନା ଦେଇଛନ୍ତି । ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପନି ପରିବା, ଔଷଧ, ସୌଦା ଓ ଆମିଷ ବଜାର ପୂର୍ବଭଳି ଖୋଲା ରହିବ । ତେବେ ଜନସାଧାରଣ ଚାଲି ଚାଲି ମାକ୍ସ ପରିଧାନ କରି ସାମଗ୍ରୀ କ୍ରୟ କରିବାପାଇଁ ଏସ୍ପି ମିଶ୍ର ନିବେଦନ କରିଛନ୍ତି । ଜରୁରୀ କାମ ନଥିଲେ କେହିହେଲେ ଗାଡ଼ି ବ୍ୟବହାର ନ କରିବାକୁ ନିର୍ଦେଶ ବଳବତ୍ତର ରହିଥିବା ସେ କହିଛନ୍ତି । ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏସ୍ପି ମିଶ୍ର କହିବା ସହ ପ୍ରତ୍ୟେକ ଜନସାଧାରଣ କରୋନା ମହାମାରୀ ପାଇଁ ନିଜ ନିଜ ଘର ମଧ୍ୟରେ ସୁରକ୍ଷିତଭାବେ ରହିବାକୁ ସେ ନିବେଦନ କରିଛନ୍ତି । ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହୁଥିବା ଯୋଗୁଁ କେହିହେଲ ଘରୁ ନ ବାହାରି ନିଜ ପରିବାର ସହ ରହିବାପାଇଁ ପରାମର୍ଶ ଦେଇଛନ୍ତି ।






