ମହାନଗରରେ କରୋନା କଟକଣା, ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା, ବିଭିନ୍ନ ମାଛ ବଜାରରେ ଅଯଥାରେ ଭୀଡ ।

YouTube video

ଗଂଜାମ ଜିଲ୍ଲା ସାନଖେମୁଣ୍ଡି ଅଂଚଳର ଜଣେ ବ୍ୟକ୍ତିଙ୍କ ୨ଦିନ ପୂର୍ବେ ବ୍ରହ୍ମପୁର କରୋନା ଆଇସୋଲେସନ ୱାର୍ଡରେ ମୃତ୍ୟୁ ଘଟିଥିଲା । ସେ ଭୂବନେଶ୍ୱରରୁ ଆସି ନିଜ ଗ୍ରାମକୁ ଯାଇଥିବାବେଳେ ସେଠାରେ ତାଙ୍କୁ ଜ୍ୱର ହୋଇଥିଲା । ଗ୍ରାମ ଲୋକେ ତାଙ୍କୁ ତୁରନ୍ତ ମେଡ଼ିକାଲ ଯିବାକୁ କହିବାପରେ ସେ ଶ୍ୱଶୁର ଘରକୁ ଚାଲିଯାଇଥିଲେ । ତେବେ ସେଠାରେ ଅବସ୍ଥା ଖରାପ ହେବା ପରେ ତାଙ୍କୁ ମେଡ଼ିକାଲ ଯିବାକୁ ବାଧ୍ୟ କରାଯାଇଥିଲା । ତାଙ୍କର ଜ୍ୱର ଏବଂ ଖାସ ନ କମିବାରୁ ତାଙ୍କୁ ବ୍ରହ୍ମପୁର କରୋନା ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାବ ନମୂନା ପରୀକ୍ଷା ପାଇଁ ଭୂବନେଶ୍ୱରକୁ ପଠାଯାଇଥିବାବେଳେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା । ସ୍ୱାବ ନମୂନା ରିପୋର୍ଟ ନଥିବା ଯୋଗୁଁ ତାଙ୍କ ଶବକୁ ବଡ଼ ଡାକ୍ତରଖାନା ଶବ ଗୃହରେ ରଖାଯାଇଥିଲା । ମଂଗଳବାର ତାଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିବା ପରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବଡ଼ ଡାକ୍ତରଖାନା ଅଧିକ୍ଷକ ସଂତୋଷ ମିଶ୍ର ସୁଚନା ଦେଇଛନ୍ତି । ରିପୋର୍ଟ ଆସିବା ପରେ ସମସ୍ତଙ୍କ ମନରେ ଶାନ୍ତି ଫେରିଛି । ବର୍ତ୍ତମାନ ସୁଦ୍ଧା ଏମ୍କେସିଜିରୁ ୪୮ଜଣ କରୋନା ସଂଦିଗ୍ଧଙ୍କ ରିପୋର୍ଟ ଭୂବନେଶ୍ୱରର ଆର୍ଏମ୍ଆର୍ସିକୁ ପଠାଯାଇଥିବାବେଳେ ୪୪ଜଣଙ୍କ ରିପୋର୍ଟରେ ନେଗେଟିଭ ଆସିଛି । ଅନ୍ୟ ୪ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସୂଚନାଯୋଗ୍ୟ ରାଜ୍ୟରେ ୬୦ ଜଣ କରୋନାରେ ଆକ୍ରାନ୍ତଥିବା ଜଣାପଡିଛି ।