
ବ୍ରହ୍ମପୁର ମହାନଗରରେ କରୋନା କଟକଣା ଲାଗି ରହିଥିବାବେଳେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାଯାଉଛି । ଏହି ସମୟରେ ବିଶେଷକରି ମହାନଗରର ବିଭିନ୍ନ ଅଂଚଳରେ ରହିଥିବା ମାଛ ବଜାରରେ ଜନସାଧାରଣଙ୍କ ଅଧିକ ଭୀଡ଼ ପରିଲକ୍ଷିତ ହେଉଛି । କିଛି ମାଛ ବଜାର ଅଂଚଳରେ ଜନସାଧାରଣ କରୋନା ପାଇଁ ସମ ଦୁରତା ଅବଲମ୍ବନ କରୁଥିବାବେଳେ ଅନ୍ୟ କେତେକ ସ୍ଥାନରେ ଲୋକମାନେ ମାକ୍ସ ପରିଧାନ ନ କରିବା ସହ ଅଯଥାରେ ଭୀଡ଼ ଜମାଉଥିବା ପରିଲକ୍ଷିତ ହୋଇଛି । ମଂଗଳବାର ଯୋଗୁଁ ବିଭିନ୍ନ ମାଛ ବଜାରରେ ଜନସାଧାରଣ ନିଜର ପସନ୍ତ ମୁତାବକ ବିଭିନ୍ନ କିସମର ମାଛ, ଚିଂଗୁଡ଼ି, ଶୁଖୁଆ କ୍ରୟ କରୁଥିବା ଯୋଗୁଁ ବ୍ୟବସାୟୀମାନେ ଭଲ ବ୍ୟବସାୟ କରିଛନ୍ତି ।






