ହିଂଜିଳି ଅଂଚଳର କର୍କଟ ରୋଗରେ ପିଡ଼ିତ ଅଂଗନବାଡ଼ି କର୍ମୀଙ୍କ ନିଃସାର୍ଥପର ସେବା ଯୋଗୁଁ କରୋନା ଯୋଦ୍ଧାଭାବେ ରାଜ୍ୟ ସ୍ତରରେ ସମ୍ମାନୀତ ପାଇଁ ଘୋଷଣା ।

YouTube video

ହିଂଜିଳି ବ୍ଲକ୍ ଅଂଚଳର ଅଂଗନବାଡ଼ି କର୍ମୀ ରମା ସାହୁଙ୍କୁ କରୋନା ଯୋଦ୍ଧାଭାବେ ରାଜ୍ୟ ସ୍ତରରେ ସମ୍ମାନୀତ କରାଯିବାକୁ ଘୋଷଣା କରାଯାଇଛି । ହିଂଜିଳିକାଟୁ ବ୍ଲକ୍ର ୪୬ ବର୍ଷୀୟା ଅଂଗନବାଡ଼ି କର୍ମୀ ରମା କର୍କଟ ରୋଗରେ ପିଡ଼ିତ ଥିଲେ ମଧ୍ୟ ସେ ଅଂଗନବାଡ଼ି କର୍ମୀଭାବେ ନିଜର ଦାୟିତ୍ୱକୁ ସୁଚାରୁରୂପେ ପରିଚାଳନା କରୁଛନ୍ତି । କରୋନାଭଳି ମହାମାରୀ ସମୟରେ ସଂକ୍ରମଣର ଭୟ ଥିଲେ ମଧ୍ୟ ଲୋକେ ଘରୁ ବାହାରୁନଥିବାବେଳେ ଏହି ମହିଳା ନିଜ ଜୀବନକୁ ବାଜି ଲଗାଇ ସେବା କରି ଚାଲିଛନ୍ତି । ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ରମା ଘରେ ଘରେ ପହଂଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେଉ ଅବା ଖାଦ୍ୟ ସାମଗ୍ରୀ ପହଂଚାଇଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ସମ୍ମାନୀତ କରାଯିବା ନେଇ କରୋନା ମୁଖପାତ୍ର ସୁବ୍ରତ ବାଗ୍ଚି ଘୋଷଣା କରିଛନ୍ତି । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭ କାମନା ଜ୍ଞାପନ କରାଯାଇଛି ।