ଖରାଦିନ ସହ କରୋନା କଟକଣା ଯୋଗୁଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ରକ୍ତ ଅଭାବ, ଆସନ୍ତୁ ଗଢ଼ିବା ରକ୍ତ ସମ୍ପର୍କ ନାମରେ ରକ୍ତଦାନ ଶିବିର ଜାରି ।

YouTube video

ଖରାଦିନ ସହ କରୋନା କଟକଣା ଲାଗି ରହିଥିବା ଯୋଗୁଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସବୁଜ ବାହିନୀ ଓ ଆଂଚଳିକ ବିକାଶ ପରିଷଦର ଆନୁକୁଲ୍ୟରେ ଆସନ୍ତୁ ଗଢ଼ିବା ରକ୍ତ ସମ୍ପର୍କ ନାମରେ ରକ୍ତଦାନ ଶିବିର ଜାରି ରହିଛି । ସାଧାରଣତଃ ଗର୍ଭବତୀ ମହିଳା ଓ ଥାଲାସେମିଆ ରୋଗୀମାନେ ରକ୍ତ ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ଅସୁବିଧାକୁ କିଛି ମାତ୍ରାରେ ହ୍ରାସ କରିବାପାଇଁ ଏହି ନିଆରା ପଦକ୍ଷେପ ନିଆଯାଉଛି । ଏଥିରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ରକ୍ତ ଭଣ୍ଡାରର ଡାକ୍ତର ରଶ୍ମିତା ପାଣିଗ୍ରାହୀ, ସୁସ୍ମିତା ବେହେରା, ବିଷ୍ଣୁ ପ୍ରସାଦ ଦାସ ଓ ସତ୍ୟ ନାରାୟଣ ଦାସ ପ୍ରମୁଖ ସହଯୋଗ କରିଥିଲେ । ସୋମବାର ଏହି ଶିବିରରେ ବାଳକୃଷ୍ଣପୁର ଗ୍ରାମର ୫ଜଣ ଓ ବ୍ରହ୍ମପୁରର ୫ଜଣ ରକ୍ତଦାନ କରିଥିଲେ ।