
କରୋନାରୁ ରକ୍ଷା ପାଇବାପାଇଁ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ରବିବାର ଗୋପାଳପୁରର ବିଭିନ୍ନ ଅଂଚଳରେ ବିଶୋଧନ ସିଂଚନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ବଜାର, ହସ୍ପିଟାଲ, ବସ୍ଷ୍ଟାଣ୍ଡ, ରିଂଗରୋଡ଼, ବସ୍ତି ଅଂଚଳ, କଲେଜ ରୋଡ଼, ସମୁଦ୍ରକୁଳ ଅଂଚଳ, ମେ ଫେୟାର ହୋଟେଲ ରାସ୍ତା ଆଦି ସ୍ଥାନରେ ଅଗ୍ନିଶମ ବିଭାଗ ତରଫରୁ ଏପରି ବିଶୋଧନ ସିଂଚନ କରାଯାଇଥିଲା । ଅଗ୍ନିଶମ ବିଭାଗର ସହକାରୀ ଅଧିକାରୀ ସନାତନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।






