ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲର ମାଇକ୍ରୋ ବାୟୋଲୋଜୀ ବିଭାଗରେ କରୋନା ପରୀକ୍ଷା ଆରମ୍ଭ, ପ୍ରଥମ ଦିବସରେ ୪ଜଣ ସଂଦିଗ୍ଧ ରୋଗୀଙ୍କ ସ୍ୱାବ ନମୁନା ସଂଗ୍ରହ ।

YouTube video

ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲର ମାଇକ୍ରୋ ବାୟୋଲୋଜୀ ବିଭାଗରେ ରବିବାରଠାରୁ କରୋନା ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିବସରେ ୪ଜଣ ସଂଦିଗ୍ଧ ରୋଗୀଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ରବିବାର ବ୍ରହ୍ମପୁର ସହରର ୩ଜଣ ଓ ଗୋଳନ୍ଥରାର ଜଣଙ୍କର ଏପରି ପରୀକ୍ଷା କରାଯାଇଛି । ଏହି ବ୍ୟକ୍ତିମାନେ ଭୂବନେଶ୍ୱରରୁ ଫେରିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏଠାକୁ ପଠାଯାଇଥିଲା । ସୁଚନାଯୋଗ୍ୟ କରୋନା ମହାମାରି ଯୋଗୁଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାର କରୋନା ସ୍ୱତନ୍ତ୍ର ୱାର୍ଡରେ ପ୍ରାୟ ୪୦ଜଣ ଭର୍ତ୍ତି ହୋଇଥିବାବେଳେ ସମସ୍ତଙ୍କର ନମୂନା ନେଗେଟିଭ ରହିଛି । ସେହିପରି ଗଂଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ୨ଶହରୁ ଉଦ୍ଧ୍ୱର୍ କରୋନା ସଂଦିଗ୍ଧଙ୍କ ନମୂନା ସଂଗ୍ରହ କରାଯାଇ ଭୂବନେଶ୍ୱରକୁ ପଠାଯାଇଥିବାବେଳେ ଏଯାବତ ମାତ୍ର ୪୦ ପ୍ରତିଶତ ସଂଦିଗ୍ଧଙ୍କ ରିପୋର୍ଟ ଆସିଛି । ବର୍ତ୍ତମାନ ଏଠାରେ କରୋନା ପରୀକ୍ଷଣ ଆରମ୍ଭ ହୋଇଥିବାରୁ ଏଣିକି ସଂଦିଗ୍ଧ ରୋଗୀଙ୍କ ନମୂନା ଭୂବନେଶ୍ୱର ବଦଳରେ ବ୍ରହ୍ମପୁରରେ ପରୀକ୍ଷା କରାଯାଇପାରିବ ।