ଲକ୍ ଡାଉନ ସମୟରେ ମତ୍ସ୍ୟଜିବୀଙ୍କ ଉପରୁ କଟକଣା ହଟାଇଲେ ରାଜ୍ୟ ସରକାର, ମତ୍ସ୍ୟଜୀବୀଙ୍କ ମାଛ ଧରିବା ଓ ବିକ୍ରି ଆରମ୍ଭ ।

YouTube video

କରୋନା ପାଇଁ ଲକ୍ ଡାଉନ ଘୋଷଣା କରାଯାଇଛି । ଏଥିପାଇଁ ବହୁ ଜନସାଧାରଣ ଜୀବନ ଜୀବିକା ହରାଇଛନ୍ତି । ଗୋପାଳପୁରର ମତ୍ସ୍ୟଜୀବୀମାନେ ମଧ୍ୟ ସେମାନଙ୍କ ଜୀବିକା ହରାଇ ହାତବାନ୍ଧି ବସି ରହିଥିଲେ । ବର୍ତ୍ତମାନ ସରକାର ମତ୍ସ୍ୟଜିବୀଙ୍କ ଉପରୁ କଟକଣା ହଟାଇଛନ୍ତି । ଫଳରେ ମାଛ ଧରି ପରିବାର ପ୍ରତିପୋଷଣ କରୁଥିବା ମତ୍ସ୍ୟଜୀବୀମାନେ ରବିବାରଠାରୁ ମାଛ ଧରିବା ଆରମ୍ଭ କରିଛନ୍ତି । ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯିବା ସହ ବ୍ରହ୍ମପୁରର ବିଭିନ୍ନ ସାହିରେ ମଧ୍ୟ ବହୁ ମତ୍ସ୍ୟଜୀବୀ ମହିଳା ମାଛ ବିକ୍ରି ଆରମ୍ଭ କରିଛନ୍ତି । ଏହା ଫଳରେ ଗୋପାଳପୁର ମତ୍ସ୍ୟଜୀବୀ ସଂଘ ପକ୍ଷରୁ ଖୁସୀର ଲହରି ଖେଳିଯାଇଛି ।