Home Our Berhampur ମେରୁ ଯାତ୍ରାକୁ ନିଷେଧ ଘୋଷଣା କଲେ ଗଂଜାମ ଜିଲ୍ଲାପାଳ, ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ଦଣ୍ଡକାଳୀ...

ମେରୁ ଯାତ୍ରାକୁ ନିଷେଧ ଘୋଷଣା କଲେ ଗଂଜାମ ଜିଲ୍ଲାପାଳ, ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ଦଣ୍ଡକାଳୀ ମନ୍ଦିରରେ କେବଳ ପୂଜକଙ୍କ ଦ୍ୱାରା ପୂଜା କରିବାକୁ ନିଦେ୍ର୍ଧଶ ।

YouTube video

ଏପ୍ରିଲ ୧୩ତାରିଖରେ ଆୟୋଜିତ ହେବାକୁ ଥିବା ମେରୁ ଯାତ୍ରାକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ନିଷେଧ ଘୋଷଣା କରିଛନ୍ତି । କରୋନାକୁ ଦୃଷ୍ଟିରେ ରଖି ସେ ଏପରି ନିଷ୍ପତ୍ତି ନେଇଥିବା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ଦଣ୍ଡକାଳୀ ମନ୍ଦିରରେ କେବଳ ଜଣେ ଜଣେ ପୂଜକ ଉପସ୍ଥିତ ରହି ଏପରି ପୂଜା କରିପାରିବେ । ପୂର୍ବରୁ ପ୍ରସିଦ୍ଧ ମାଁ ତାରାତାରିଣୀ ଯାତ୍ରା ମଧ୍ୟ ବନ୍ଦ କରାଯାଇଥିଲା । ତେଣୁ ଏହି ମେରୁ ଯାତ୍ରାରେ ମଧ୍ୟ ସହଯୋଗ ଯୋଗାଇଦେବାପାଇଁ ଜିଲ୍ଲାପାଳ କୁଲାଂଗେ ନିବେଦନ କରିବା ସହ ଏହି କରୋନା ପାଇଁ ସମସ୍ତେ ନିଜ ନିଜ ଘରେ ପୂଜା କରିବାକୁ ସେ ନିବେଦନ କରିଛନ୍ତି ।