Home Regional କରୋନା ଦାଉରୁ ମୁକ୍ତି ପାଇବା ପାଇଁ ଗଜପତି ଜିଲ୍ଲା ପୋଲିସ ଏସ୍ପି ଜାରିକଲେ ସଚେତନତା ...

କରୋନା ଦାଉରୁ ମୁକ୍ତି ପାଇବା ପାଇଁ ଗଜପତି ଜିଲ୍ଲା ପୋଲିସ ଏସ୍ପି ଜାରିକଲେ ସଚେତନତା ଭିଡିଓ, ନିଜ ନିଜ ଘର ମଧ୍ୟରେ ସୁରକ୍ଷିତ ରହିବାପାଇଁ ଏସ୍ପିଙ୍କ ନିବେଦନ ।

YouTube video

କରୋନାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ କରୋନା ଦାଉରୁ ମୁକ୍ତି କରିବାପାଇଁ ଗଜପତି ଜିଲ୍ଲା ପୋଲିସ ତରଫରୁ କଟକଣା ଜାରି ରହିଛି । ଏଥିପାଇଁ ପ୍ରତିଦିନ ଗଜପତି ଜିଲ୍ଲା ଏସ୍ପି ସାରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ କର୍ମଚାରୀମାନେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ନିଜର ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି । ତେବେ ବହୁ ଅମାନିଆ ବ୍ୟକ୍ତିଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଏହାକୁ ମାନୁନଥିବା ଯୋଗୁଁ ଗଜପତି ପୋଲିସ ତରଫରୁ ଏକ ଭିଡିଓ ଚିତ୍ର ମାଧ୍ୟମରେ ସଚେତନ କରାଯାଉଛି । କରୋନାକୁ ଭୟ ନକରି ଗଜପତି ଜିଲ୍ଲାବାସୀ ନିଜ ନିଜ ଘର ମଧ୍ୟରେ ସୁରକ୍ଷିତଭାବେ ରହିବାପାଇଁ ଏସ୍ପି ଶର୍ମା ନିବେଦନ କରିଛନ୍ତି । ପୋଲିସ କର୍ମଚାରୀମାନଙ୍କ ନିଜ ନିଜ ପରିବାର ରହିଥିଲେ ମଧ୍ୟ ସେମାନେ ଜନସାଧାରଣଙ୍କ ପରିବାରଙ୍କୁ ସୁରକ୍ଷା ଦେବାକୁ ଦିନରାତି କାର୍ଯ୍ୟ କରିଆସୁଛନ୍ତି । ତେଣୁ ସମସ୍ତ ଜନସାଧାରଣ କରୋନାରୁ ରକ୍ଷା ପାଇବାପାଇଁ ଘରେ ରହିବା ସହ ପୋଲିସ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପାଦନରେ ସହଯୋଗ ଯୋଗାଇଦିଅନ୍ତୁ ବୋଲି ଏହି ସଚେତନତାମୂଳକ ଭିଡିଓ ମାଧ୍ୟମରେ ଦର୍ଶାଯାଇଛି ।