
କରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗରର ବିଭିନ୍ନ ଅଂଚଳରେ ମହାନଗର ନିଗମ ପରାମର୍ଶକ୍ରମେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ସୋଡିୟମ ହାଇଡ୍ରୋକ୍ଲୋରାଇଡ ସିଂଚନ କରାଯାଉଛି । କରୋନାରୁ ରକ୍ଷା ପାଇବାପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସହକାରୀ ଅଧିକାରୀ ସନାତନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏପରି ସିଂଚନ କାର୍ଯ୍ୟକ୍ରମ ଜାରି ରହିଛି । ଶନିବାର ଅଗ୍ନିଶମ ବିଭାଗ ତରଫରୁ ଦମକଳ ଗାଡ଼ି ମାଧ୍ୟମରେ ବୈକୁଣ୍ଠ ନଗରସ୍ଥିତ ୟୁପିଏଚ୍ସି, ଖୋଡ଼ାସିଂଗି, ଆମ୍ବପୁଆ ୟୁପିଏଚ୍ସି, ସିଟି ହସପିଟାଲ, ବଡ଼ ଡାକ୍ତରଖାନା, ପେଣ୍ଡ୍ରିଗାଡ଼ିଆ ମାର୍କେଟ, ବଡ଼ବଜାର ଓ ଦେଶୀବେହେରା ସାହିସ୍ଥିତ ମାର୍କେଟରେ ଏପରି ସିଂଚନ କରାଯାଇଥିଲା ।






