Home Health & Life Style ମହାନଗରର ବିଭିନ୍ନ ସାହିରେ ଅଂଗନବାଡ଼ି କର୍ମୀଙ୍କ ଦ୍ୱାରା ଘରକୁ ଘର ବୁଲି ସଂଗ୍ରହ କରାଯାଉଛି ସ୍ୱାସ୍ଥ୍ୟ...

ମହାନଗରର ବିଭିନ୍ନ ସାହିରେ ଅଂଗନବାଡ଼ି କର୍ମୀଙ୍କ ଦ୍ୱାରା ଘରକୁ ଘର ବୁଲି ସଂଗ୍ରହ କରାଯାଉଛି ସ୍ୱାସ୍ଥ୍ୟ ସମ୍ପର୍କରେ ତଥ୍ୟ, ଆକ୍ରାନ୍ତ ଥିଲେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଚିକିତ୍ସା ସହାୟତା ।

YouTube video

ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେଙ୍କ ନିର୍ଦେଶକ୍ରମେ ବ୍ରହ୍ମପୁର ମହାନଗରର ବିଭିନ୍ନ ସାହିରେ ଅଂଗନବାଡ଼ି କେନ୍ଦ୍ରର କର୍ମୀମାନଙ୍କ ଦ୍ୱାରା ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଯଦି କାହାକୁ ଥଣ୍ଡା, ଜ୍ୱର,କାଶ ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥାଏ ତେବେ ସେମାନଙ୍କୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଛି । ଗଂଜାମ ଜିଲ୍ଲାରେ ଗୁରୁବାର ଓ ଶୁକ୍ରବାର ଦୁଇଦିନ ମଧ୍ୟରେ ୪ଲକ୍ଷ ୪ହଜାର ୩୩୦ ଘର ଏପରି କର୍ମଚାରୀମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୩ ହଜାର ୭୫୯ ଜଣ ସାମାନ୍ୟ ଥଣ୍ଡାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଏମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଚିକିତ୍ସା ସହାୟତା ଯୋଗାଇଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।