
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହରିଣ ପାର୍କରୁ ଶୁକ୍ରବାର ଗଂଜାମ ଜିଲ୍ଲା ମୋହନା ବ୍ଲକ୍ ଚନ୍ଦ୍ରଗିରି ବନାଂଚଳ ଅନ୍ତର୍ଗତ ଲଖାରି ଅଭୟାରଣ୍ୟକୁ ସ୍ଥାନାନ୍ତର ପ୍ରକ୍ରୀୟା ଆରମ୍ଭ ହୋଇଛି । ପ୍ରଥମ ଦିବସରେ ୭ଟି ହରିଣକୁ ସ୍ୱତନ୍ତ୍ର ଯାନ ଯୋଗେ ଲଖାରୀ ଜଂଗଲକୁ ପଠାଇଦିଆଯାଇଛି । ୩୧ ବର୍ଷ ଧରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏପରି ହରିଣଗୁଡ଼ିକ ରହି ଆସୁଛନ୍ତି । ହରିଣ ସ୍ଥାନାନ୍ତର ସମୟରେ ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ପ୍ରତିଦିନ କିଛି କିଛି ହରିଣଙ୍କୁ ଏଭଳି ଲଖାରିକୁ ସ୍ଥାନାନ୍ତର କରାଯିବ ବୋଲି ଡିଏଫ୍ଓ ନାୟକ ସୁଚନା ଦେଇଛନ୍ତି ।






