
କରୋନା କଟକଣାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ପ୍ରତିଦିନ ପୋଲିସ ପକ୍ଷରୁ ରାସ୍ତାଘାଟ, ଛକ ଓ ବଜାର ଅଂଚଳରେ ଯାଂଚ ଅବ୍ୟାହତ ରହିଛି । ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ପନିପରିବା, ଔଷଧ, ସୌଦା ଦୋକାନ ଓ ଆମିଷ ବଜାର ଖୋଲା ରହୁଛି । ପ୍ରତ୍ୟେକ ଜନସାଧାରଣ ଆବଶ୍ୟକ ପଡ଼ିଲେ ଚାଲି ଚାଲି ଆସି ଏହି ସାମଗ୍ରୀ କ୍ରୟ କରିବାକୁ ପରାମର୍ଶ ଦିଆଯାଇଛି । ତେଣୁ ବିନା କାରଣରେ କେହି ଘରୁ ବାହାରିଲେ ସେମାନଙ୍କୁ ପୋଲିସ ତରଫରୁ ଯାଂଚ କରାଯାଇ ଆଇନଗତ ପଦକ୍ଷେପ ନିଆଯାଉଛି । ତେଣୁ ସମସ୍ତ ଜନସାଧାରଣ କରୋନାରୁ ମୁକ୍ତି ପାଇବାକୁ ହେଲେ ନିଜ ନିଜ ଘର ମଧ୍ୟରେ ସୁରକ୍ଷିତଭାବେ ରହିବାପାଇଁ ଏସ୍ପି ପିନାକ ମିଶ୍ର ଓ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ ନିବେଦନ କରିଛନ୍ତି ।






