Home Breaking ଗଂଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ବହୁ ପଦକ୍ଷେପ, ...

ଗଂଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ବହୁ ପଦକ୍ଷେପ, ଜିଲ୍ଲାରେ କେହି ବି ଚିହ୍ନଟ ହୋଇନାହାନ୍ତି କରୋନା ପଜିଟିଭ ।

YouTube video

ଗଂଜାମ ଜିଲ୍ଲା ତଥା ବ୍ରହ୍ମପୁରରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଗ୍ରହଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗଂଜାମ ଜିଲ୍ଲାରେ କେହି ବି ପଜିଟିଭଭାବେ ଚିହ୍ନଟ ହୋଇନାହାନ୍ତି । ଗଂଜାମ ଜିଲ୍ଲାକୁ ୭୬୧ଜଣ ବିଦେଶରୁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୭୪୦ଜଣଙ୍କ ୧୪ଦିନିଆ କ୍ୱାରେଣ୍ଟାଇନ ସମୟ ଶେଷ ହୋଇଯାଇଛି । ବର୍ତ୍ତମାନସୁଦ୍ଧା ଭୂବନେଶ୍ୱରକୁ ୩୨୬ଜଣଙ୍କ ରକ୍ତ ନମୁନା ପଠାଯାଇଥିବାବେଳେ ସେଥି ମଧ୍ୟରୁ ୧୦୬ଜଣ ରକ୍ତ ନମୂନା ନେଗେଟିଭ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ । ଓଡ଼ିଶାରେ ଶନିବାର ସୁଦ୍ଧା ୫୦ଜଣ କରୋନା ଆକ୍ରାନ୍ତ ରହିଛିନ୍ତି । ସେମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇଥିବାବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି । ତେବେ ୩୭ଟି କେସ ଆକ୍ଟିଭ କେସ ଭାବେ ରହିଛି । ସେଥିମଧ୍ୟରୁ ୩୫ଟି କେସରେ କୌଣସି ଲକ୍ଷଣ ନଥିଲେ ମଧ୍ୟ ଏହା ନ ବ୍ୟାପିବାପାଇଁ ସେମାନଙ୍କୁ ସଂଗରୋଧରେ ରଖାଯାଇଛି । ୨ଜଣ ଆକ୍ରାନ୍ତ ଯାହାଙ୍କ ପାଖରେ ଲକ୍ଷଣ ରହିଛି, ସେମାନଙ୍କ ଚିକିତ୍ସା ଜାରି ରହିଥିବା ସରକାରଙ୍କ ସୁତ୍ରରୁ ପ୍ରକାଶ ।