
ଶୁକ୍ରବାର ବ୍ରହ୍ମପୁର ମହାନଗରର ବିଭିନ୍ନ ସାହିରେ ରହୁଥିବା ଖ୍ରିଷ୍ଟିଆନ ସମ୍ପ୍ରଦାୟର ଭାଇ ଓ ଭଉଣୀମାନେ ନିଜ ନିଜ ଘର ମଧ୍ୟରେ ଶୁଭ ଶୁକ୍ରବାର ପାଳନ କରିଛନ୍ତି । ସେହିପରି କ୍ୟାଥଲିକ ଚର୍ଚ୍ଚ, ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ ସମେତ ଅନ୍ୟାନ୍ୟ ଚର୍ଚ୍ଚରେ କରୋନା କଟକଣା ଯୋଗୁଁ କେବଳ ଧର୍ମଯାଜକଙ୍କ ଦ୍ୱାରା ଗୁଡ୍ ଫ୍ରାଇଡେ ଚର୍ଚ୍ଚ ମଧ୍ୟରେ ପାଳନ କରାଯାଇଥିଲା । କରୋନା କଟକଣା ଯୋଗୁଁ ଚର୍ଚ୍ଚ ଗୁଡ଼ିକ ବନ୍ଦ ରହିବା ଫଳରେ ଧର୍ମଯାଜକଙ୍କ ଦ୍ୱାରା ପ୍ରଭୁ ଯୀଶୁଙ୍କ ବାଣୀ ପାଠ କରାଯାଇଥିଲା ।






