
କରୋନାର ମୁକାବିଲା ପାଇଁ ଗୁରୁବାରଠାରୁ ଜିଲ୍ଳାପାଳ ବିଜୟ ଅମୃତା କୁଲାଂଗେଙ୍କ ନିଷ୍ପତ୍ତିକ୍ରମେ ଘରକୁ ଘର ବୁଲି ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଯାଂଚ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କୁଲାଂଗେ ଛତ୍ରପୁର ଓ ହିଂଜିଳିକାଟୁଠାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ଅପରାହ୍ନରେ ବ୍ରହ୍ମପୁରର ଖାଲାସୀ ସାହି ଅଂଚଳ ପରିଦର୍ଶନ କରି ଏହାର ଯାଂଚ କରିଥିଲେ । ଅଂଗନବାଡ଼ି କର୍ମୀ, ସହାୟକ ଓ ଶିକ୍ଷକମାନଙ୍କ ଦ୍ୱାରା ଘରକୁ ଘର ବୁଲି ଜ୍ୱର, କାଶ, ଥଣ୍ଡା କିମ୍ବା ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛିକି ନାହିଁ ଏହାର ଯାଂଚ କରାଯାଉଛି ।






