ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ କୋଭିଦ-୧୯ ରୋଗୀଙ୍କ ରକ୍ତ ନମୂନା ପରୀକ୍ଷା କରିବାକୁ ଆଇସିଏମ୍ଆର ତରଫରୁ ଅନୁମତି, ପ୍ରତିଦନ କରାଯାଇପାରିବ୨୫ଜଣଙ୍କ ରକ୍ତ ପରୀକ୍ଷା ।

YouTube video

ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ କୋଭିଦ-୧୯ ରୋଗୀଙ୍କ ରକ୍ତ ନମୂନା ପରୀକ୍ଷା କରାଯିବ ବୋଲି ଆଇସିଏମ୍ଆର ତରଫରୁ ଅନୁମତି ପ୍ରଦାନ କରାଯାଇଛି । କଟକ ଏସ୍ସିବି ମେଡ଼ିକାଲ କଲେଜ ପରେ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ କଲେଜ ଦ୍ୱିତୀୟ ମେଡ଼ିକାଲ କଲେଜ ଭାବେ ଏପରି ପରୀକ୍ଷା କରାଯିବ । ଏଠାରେ ସାଧାରଣତଃ ୨୫ଜଣଙ୍କ ରକ୍ତ ପରୀକ୍ଷା ପ୍ରତିଦନ କରାଯାଇପାରିବ । ମୁମ୍ବାଇରୁ ରାଜ୍ୟ ସରକାର କୋଭିଦ ପରୀକ୍ଷା ନିମନ୍ତେ କିଟ୍ ଆଣିଛନ୍ତି । ବର୍ତ୍ତମାନ ରାଜ୍ୟରେ ୧.୪୭ ପ୍ରତିଶତ କରୋନା ପଜିଟିଭ ରହିଛନ୍ତି । ରାଜ୍ୟରେ ସର୍ବମୋଟ ୪୮ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୨ଜଣ ଶିଶୁ ରହିଥିବା ସରକାରଙ୍କ ତରଫରୁ ସୁଚନା ଦିଆଯାଇଛି । ବର୍ତ୍ତମାନସୁଦ୍ଧା ରାଜ୍ୟରେ ୩୨୪୯ଜଣଙ୍କ କରୋନା ପରୀକ୍ଷା କରାଯାଇଛି । ବ୍ରହ୍ମପୁରରେ ବର୍ତ୍ତମାନସୁଦ୍ଧ କୌଣସି କରୋନା ରୋଗୀ ପଜିଟିଭଭାବେ ଚିହ୍ନଟ ହୋଇନାହାନ୍ତି । ତେବେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।