
ଗୁରୁବାର ହାଇକୋର୍ଟ ଦେଇଥିବା ରାୟରେ ଶୁକ୍ରବାର ପୁଣି ସାମାନ୍ୟ ପରିବର୍ତ୍ତନ କରିଛନ୍ତି । କରୋନା ଯୋଗୁଁ ଲୋକଙ୍କ ଗାଡ଼ିକୁ ତୁରନ୍ତ ଛାଡ଼ିବାପାଇଁ କୋର୍ଟ ରାୟ ଦେଇଥିଲେ । ତେବେ ସେମାନଙ୍କୁ କେବଳ ତାଗିଦ କରି ଲିଖିତ ଆକାରରେ ଗାଡ଼ି ଛାଡ଼ିବାପାଇଁ କୁହାଯାଇଥିଲା । ଏହାଯୋଗୁଁ ବ୍ରହ୍ମପୁରର ବିଭିନ୍ନ ଥାନା ପକ୍ଷରୁ କରୋନା କଟକଣାକୁ ଖିଲାପ କରି ଜବତ କରାଯାଇଥିବା ଗାଡ଼ି ଗୁଡ଼ିକୁ ନେବାପାଇଁ ଲୋକଙ୍କ ଭୀଡ଼ ଲାଗି ରହିଥିଲା । ତେବେ ହାଇକୋର୍ଟଙ୍କ ରାୟ ପରିବର୍ତ୍ତନ ଫଳରେ କେବଳ ବରିÂ ଏବଂ ଭିନ୍ନକ୍ଷମ ଲୋକଙ୍କୁ ଗାଡ଼ି ଚଳାଇବାପାଇଁ ଅନୁମତି ଦିଆଯାଇଥିବା ଉଲ୍ଲେଖ କରାଯାଇଛି । ଲକ୍ ଡାଉନ ସମୟରେ ଜରୁରୀ ସାମଗ୍ରୀ ପ୍ରଶାସନ ପହଂଚାଇବାର ବ୍ୟବସ୍ଥା କରିବ ବୋଲି କୁହାଯାଇଛି । କିନ୍ତୁ ଅଯଥା ଏବଂ ଅମାନିଆ ଲୋକଙ୍କୁ ଧରିବା ସହ ଗାଡ଼ି ଜବତ କରିପାରିବ ବୋଲି ପୁନର୍ବାର ରାୟରେ ଉଲ୍ଲେଖ ରହିଛି । କରୋନା କଟକଣା ଯୋଗୁଁ ପୂର୍ବଭଳି ଅଯଥାରେ ରାସ୍ତା ଉପରକୁ ଲୋକମାନେ ଗାଡ଼ି ବାହାର କଲେ ଗାଡ଼ି ଜବତ କରାଯିବ ବୋଲି କୁହାଯାଇଛି । ପରିଚୟପତ୍ର ଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଏହା କୋହଳ ରହିଛି । ତେଣୁ ପ୍ରତ୍ୟେକ ଜନସାଧାରଣ କରୋନା ମହାମାରୀରୁ ମୁକ୍ତି ପାଇବାପାଇଁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଅଯଥାରେ ଗାଡ଼ି ବାହାର ନ କରି ନିଜ ନିଜ ଘରେ ସୁରକ୍ଷିତଭାବେ ରହିବାକୁ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ପରାମର୍ଶ ଦେଇଛନ୍ତି ।






