ଶୀତଳାପଲ୍ଲୀ ଟାଟା ହସ୍ପିଟାଲ୍କୁ କୋଭିଦ-୧୯ହସ୍ପିଟାଲଭାବେ ଉତ୍ସର୍ଗୀକୃତ କଲେ ମୁଖ୍ୟମନ୍ତ୍ରୀ, ୨ଶହ ଶଯ୍ୟା ବିଶିଷ୍ଟ ଏହି ମେଡ଼ିକାଲ୍ରେ ୨୦ଟି ଆଇସିୟୁ ଓ ୧୫ଟି ଭେଣ୍ଟିଲେଟର ବ୍ୟବସ୍ଥା ।

YouTube video

କରୋନା ରୋଗର ଭୟାବହତାକୁ ମୁକାବିଲା କରିବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସହରରେ କୋଭିଦ-୧୯ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଏହି ଅବସରରେ ଗଂଜାମ ଜିଲ୍ଲାବାସୀଙ୍କ ପାଇଁ ଶୀତଳାପଲ୍ଲୀଠାରେ ଟାଟା ହସ୍ପିଟାଲ୍କୁ କୋଭିଦ-୧୯ହସ୍ପିଟାଲଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ୱାରା ଉତ୍ସର୍ଗୀକୃତ କରାଯାଇଛି । ଏହି ଅବସରରେ ଜିଲ୍ଳାପାଳ ବିଜୟ ଅମୃତା କୁଲାଂଗେଙ୍କ ସମେତ ନୋଡାଲ ଅଫିସର ଡାକ୍ତର ଉମା ଶଙ୍କର ମିଶ୍ର, ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ୨ଶହ ଶଯ୍ୟା ବିଶିଷ୍ଟ ଏହି ମେଡ଼ିକାଲ୍ରେ ୨୦ଟି ବେଡ୍ର ଆଇସିୟୁ ବ୍ୟବସ୍ଥା ରହିଥିବାବେଳେ ୧୫ଟିରେ ଭେଣ୍ଟିଲେଟର ବ୍ୟବସ୍ଥା ରହିଥିବା ଏଠାରେ ଜିଲ୍ଲାପାଳ କୁଲାଂଗେ ସୁଚନା ଦେଇଥିଲେ । ସେହିପରି ୧୨୦ଟି ସାଧାରଣ ବେଡ୍ କୋବିଦ ରୋଗୀଙ୍କ ପାଇଁ ରହିଥିବାବେଳେ ୪୦ଟି ଆଇସୋଲେସନ ଶଯ୍ୟା ରହିଥିବା ଏବଂ ରୋଗୀଙ୍କ ପାଇଁ ୧୬ଜଣ ଡାକ୍ତର ବ୍ୟବସ୍ଥା କରାଯାଇଛି । ଏହି ହସପିଟାଲର ନୋଡାଲ ଅଫିସରଭାବେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଭେଷଜ ବିଭାଗର ଡାକ୍ତର ଉମା ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଏଠାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ବହୁ ଡାକ୍ତର, ନର୍ସ ଓ କର୍ମଚାରୀମାନେ ଦାୟିତ୍ୱ ନିର୍ବାହ କରିବେ । ଏପରି ହସ୍ପିଟାଲ୍ ଦ୍ୱାରା କରୋନା ରୋଗୀଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦିଆଯାଇପାରିବ ବୋଲି ଏଠାରେ ଜିଲ୍ଲାପାଳ କୁଲାଂଗେ ପ୍ରକାଶ କରିଥିଲେ ।