କରୋନାକୁ ମୁକାବିଲା ପାଇଁ ଗଂଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତପ୍ତରତା, ସିଟି ହସ୍ପିଟାଲରେ ଡାକ୍ତର ଓ ପାରା ମେଡ଼ିକାଲ ଷ୍ଟାଫଙ୍କୁ କୋଭିଦ-୧୯ ସମ୍ପର୍କରେ ତାଲିମ ।

YouTube video

କରୋନାକୁ ମୁକାବିଲା କରିବାପାଇଁ ଗଂଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଗୁରୁବାର ସିଟି ହସ୍ପିଟାଲ ପରିସରରେ କରୋନା ରୋଗୀଙ୍କ ପାଇଁ ଚିକିତ୍ସା ଓ ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା ସମ୍ପର୍କରେ ବିଭାଗୀୟ ଡାକ୍ତର ଓ ପାରା ମେଡ଼ିକାଲ ଷ୍ଟାଫ ମାନଙ୍କୁ ନେଇ କୋଭିଦ-୧୯ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏପରି ତାଲିମ ଦିଆଯାଇଥିଲା ।