
ବ୍ରହ୍ମପୁର ମହାନଗରରେ କରୋନାକୁ ଦୃଷ୍ଟିରେ ରଖି ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ପରାମର୍ଶକ୍ରମେ ଅଗ୍ନିଶମ ବିଭାଗ ତରଫରୁ ପ୍ରତିଶେଧକ ବ୍ୟବସ୍ଥା ପାଇଁ ବିଶୋଧନ କରାଯାଉଛି । ପୂର୍ବରୁ ବହୁ ଅଂଚଳରେ ଏପରି ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜ କରାଯାଇଥିଲା । ଗୁରୁବାର ୨ଟି ଦମକଳ ଗାଡ଼ି ଓ ୧୫ଜଣ କର୍ମଚାରୀଙ୍କ ଦ୍ୱାରା ଅଗ୍ନିଶମ ବାହିନୀର କର୍ମଚାରୀମାନେ ସହରର ବିଜୁ ପଟନାୟକ ପାର୍କ ସମ୍ମୁଖ ରାସ୍ତା, ବାଲୁଂକେଶ୍ୱର ମନ୍ଦିର ପାଶ୍ୱର୍ ରାସ୍ତା, ସାନ ବଜାରରୁ ବଡ଼ ବଜାର ରାସ୍ତା, ହରିଡ଼ାଖଣ୍ଡି ଛକ, ଧୋବାବନ୍ଧ ହୁଡ଼ା ଭେଣ୍ଡିଂ ଜୋନ, ଗେଟବଜାର ଛକ, ବ୍ରହ୍ମପୁର ସର୍କଲ ଜେଲ ଅଂଚଳରେ ଏପରି ସୋଡିୟମ ହାଇଡ୍ରୋକ୍ଲୋରାଇଡ ସିଂଚନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଏପରି ବିଶୋଧନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅଗ୍ନିଶମ ବିଭାଗର ସହକାରୀ ଅଧିକାରୀ ସନାନତ ମହାପାତ୍ର ସୁଚନା ଦେଇଛନ୍ତି ।






