
ଗଂଜାମ ଜିଲ୍ଲାରେ ସବୁ ଲୋକଙ୍କ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହୋଇଛି । କରୋନାର କୌଣସି ଲକ୍ଷଣ ଅଛି କି ନାହିଁ ଏହି ପରୀକ୍ଷା ମାଧ୍ୟମରେ ଜଣାପଡ଼ିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ସୁଚନା ଦେଇଛନ୍ତ । ତିନିଦିନବ୍ୟାପୀ ଜନସାଧାରଣଙ୍କ ଥଣ୍ଡା, କାସ, ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲେ ଏହାର ପରୀକ୍ଷା କରାଯାଉଛି । ଏଥିପାଇଁ ଅଂଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଶିକ୍ଷକ ମାନଙ୍କୁ ସାମିଲ କରାଯାଇଛି । ଛତ୍ରପୁରଠାରେ ଏପରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କର୍ମଚାରୀମାନଙ୍କ ଦ୍ୱାରା ଜିଲ୍ଲାପାଳ କୁଲାଂଗେଙ୍କ ନିର୍ଦେଶକ୍ରମେ ଆରମ୍ଭ କରାଯାଇଛି ।






