Home Breaking ଲକ୍ଡାଉନ ଅବଦ୍ଧିଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଗୁଆଭାବେ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିବା ପରେ ଜନସାଧାରଣଙ୍କ...

ଲକ୍ଡାଉନ ଅବଦ୍ଧିଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଗୁଆଭାବେ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିବା ପରେ ଜନସାଧାରଣଙ୍କ ମିଶ୍ରିତ ପ୍ରତିକ୍ରିୟା, ବୁଦ୍ଧିଜୀବୀ ମହଲରେ ସ୍ୱାଗତ ।

YouTube video

କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ତାରିଖରେ ଲକ୍ ଡାଉନ କଟକଣା ଶେଷ ହେବ ବୋଲି କୁହାଯାଇଥିଲା । ତେବେ ରାଜ୍ୟରେ ଆଗୁଆଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି କଟକଣାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏପରି କଟକଣା ଯୋଗୁଁ ଜନସାଧାରଣଙ୍କୁ ଘରୁ ବାହାରକୁ ନ ବାହାରିବାପାଇଁ ନିର୍ଦେଶ ଜାରି ରହିଛି । ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ କ୍ରୟ କରିବାପାଇଁ ଜନସାଧାରଣ ବାହାରକୁ ବାହାରୁଛନ୍ତି । ତେବେ ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କେହି ଘରୁ ବାହାରିପାରିବେ ନାହିଁ ବୋଲି ନିର୍ଦେଶ ବଳବତ୍ତର ରହିଛି । ଏପରି ଲକ୍ ଡାଉନ କଟକଣା ପରେ ବ୍ରହ୍ମପୁରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବର୍ତ୍ତମାନ ବ୍ରହ୍ମପୁରରେ ସ୍କୁଲ କଲେଜଠାରୁ ଆରମ୍ଭ କରି ଅନ୍ୟାନ୍ୟ ଘରୋଇ ଦୋକାନ ବଜାର ଓ ଶିକ୍ଷାନୁÂାନ ବନ୍ଦ ରହିଛି । ଏହି କଟକଣାକୁ ପୁଣିଥରେ ବୃଦ୍ଧି କରାଯିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ନାନା ଆଲୋଚନା ହେଉଛି । ତେବେ ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତିକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି । ଏପରି କଟକଣା ବୃଦ୍ଧି ଫଳରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସେମାନଙ୍କ କାର୍ଯ୍ୟ ଏପରି ଜାରି ରହିବ ବୋଲି କୁହାଯାଇଛି । ଏହି କଟକଣା ଯୋଗୁଁ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି । ବୁଧବାର ସୁଦ୍ଧା ଗଂଜାମ ଜିଲ୍ଲାରେ ୨୯୪ ସଂଦିଗ୍ଧଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଛି । ୫୦ଜଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିବାବେଳେ କାହାର ମଧ୍ୟ ପଜିଟିଭ ନଥିବା ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କଠାରୁ ପ୍ରକାଶ ।