Home Breaking କରୋନାକୁ ଦୃଷ୍ଟିରେ ରଖି ଲକ୍ଡାଉନକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ଜୁନ...

କରୋନାକୁ ଦୃଷ୍ଟିରେ ରଖି ଲକ୍ଡାଉନକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ଜୁନ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ।

YouTube video

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କରୋନାକୁ ଦୃଷ୍ଟିରେ ରଖି ଲକ୍ଡାଉନକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେହିପରି ଜୁନ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି କହିଛନ୍ତି । ତେବେ ସାମାଜିକ ଦୁରତାକୁ ଗୁରୁତ୍ୱ ଦେଇ କୃଷି ଓ ଗରୀବ ଲୋକଙ୍କୁ ରୋଜଗାର ଦେବାପାଇଁ ମନରେଗା କାର୍ଯ୍ୟ ଚାଲୁ ରହିବ ବୋଲି ସେ କହିଛନ୍ତି । ଏହି କରୋନାକୁ ମୁକାବିଲା କରିବାପାଇଁ ଓଡ଼ିଶାବାସୀ ଏପରି ସହଯୋଗ ଜାରି ରଖିବାକୁ ସେ ନିବେଦନ କରିଛନ୍ତି । ଭାରତରେ ୧୪ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଥିବାବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆଗୁଆଭାବେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବୃଦ୍ଧି କରାଯାଇଛି ।