କରୋନା ଯୋଗୁଁ ଗଂଜାମ ଜିଲ୍ଲାର ଭିଭିନ୍ନ ସୀମାନ୍ତ ଅଂଚଳରେ ଅନ୍ୟ ରାଜ୍ୟର ଶ୍ରମିକମାନଙ୍କ ପାଇଁ ପ୍ରଶାସନ ତରଫରୁ ଖୋଲାଯାଇଛି ସ୍ୱତନ୍ତ୍ର ପ୍ରକୋଷ୍ଠ ।

YouTube video

କରୋନା ଯୋଗୁଁ ଗଂଜାମ ଜିଲ୍ଲାର ଭିଭିନ୍ନ ସୀମାନ୍ତ ଅଂଚଳରେ ଯଥା ହୁଗୁଳାପଟା ଓ ଗୋଳନ୍ଥରା ଅଂଚଳରେ ଅନ୍ୟ ରାଜ୍ୟର ଶ୍ରମିକମାନଙ୍କ ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ପ୍ରକୋÂ ଖୋଲାଯାଇଛି । ବାହାର ରାଜ୍ୟରୁ ଟ୍ରକ୍ ଯୋଗେ ଚାଲି ଆସୁଥିବା ଶ୍ରମିକ ମାନଙ୍କୁ ଯାଂଚ କରାଯାଇ ସେମାନଙ୍କୁ ଏପରି କେନ୍ଦ୍ରରେ ଥଇଥାନ କରାଯାଉଛି । ଏହି କେନ୍ଦ୍ର ମାଧ୍ୟମରେ ସେମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଖାଦ୍ୟ ପ୍ରଦାନ କରାଯାଉଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ସୁଚନା ଦେଇଛନ୍ତି । ଏଠାରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ କରାଯିବା ସହ ଛୋଟ ପିଲାଙ୍କ ଦାୟିତ୍ୱ ନିଆଯାଇଛି । ସେମାନଙ୍କ ଖାଦ୍ୟପେୟ ପାଇଁ କିଛି ଲୋକଙ୍କୁ ତାଙ୍କ ଇଛା ଅନୁଯାୟୀ ଖାଦ୍ୟ ରାନ୍ଧିବାପାଇଁ ସମସ୍ତ ପ୍ରକାର ସାମଗ୍ରୀ ପ୍ରଦାନ କରାଯାଇଛି । ଡାକ୍ତରମାନଙ୍କ ଦ୍ୱାରା ଆଇସୋଲେସନ ସେଣ୍ଟର ମାଧ୍ୟମରେ ସମସ୍ତଙ୍କ ପରୀକ୍ଷା କରାଯାଉଥିବା ଜିଲ୍ଲାପାଳ କୁଲାଂଗେ ପ୍ରକାଶ କରିଛନ୍ତି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସୀମାରେ ଥିବା ୨ଟି କେନ୍ଦ୍ରରେ ସମସ୍ତଙ୍କୁ ଏପରି ସୁବିଧା ଯୋଗାଇଦିଆଯିବ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି ।