
ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଲାଂଜିପଲ୍ଲୀ ଆମ୍ବେଦନଗର ତଥା ଢୀପ ସାହିରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ପରିଲକ୍ଷିତ ହୋଇଛି । କରୋନା ସମୟରେ ସମସ୍ତେ ନିଜ ନିଜ ଘରେ ରହୁଥିବାବେଳେ ଏହି ଅଂଚଳରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଯୋଗୁଁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇଦିଆଯାଉଛି । ଦୀର୍ଘଦିନ ଧରି ଏହି ଅଂଚଳରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଯୋଗୁଁ ଏହାର ସ୍ଥାୟୀ ସମାଧାନ କରିବାପାଇଁ ଅଂଚଳବାସୀଙ୍କ ତରଫରୁ ନିବେଦନ କରାଯାଇଛି । କରୋନା ଯୋଗୁଁ ପାଣି ନେବାବେଳେ ମହିଳାମାନଙ୍କ ଭୀଡ଼ ଲାଗିରହିବା ସହ ସମଦୁରତା ଅବଲମ୍ବନ କରାଯାଉନଥିବା ପରିଲକ୍ଷିତ ହୋଇଛି ।






