ଲକ୍ ଡାଉନ କଟକଣା ଯୋଗୁଁ ବ୍ରହ୍ମପୁରର ବିଭିନ୍ନ ଜନଗହଳି ଅଂଚଳ ଜନଶୁନ୍ୟ, ସଂଧ୍ୟା ସମୟରେ ରାସ୍ତାଘାଟ ଶୁନ୍ଶାନ ।

YouTube video

କରୋନା ଯୋଗୁଁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ କଟକଣା ଜାରି ରହିଛି । ଏହା ଫଳରେ ବ୍ରହ୍ମପୁରର ବିଭିନ୍ନ ଜନଗହଳି ଅଂଚଳ ଜନଶୁନ୍ୟ ପରିଲକ୍ଷିତ ହୋଇଛି । ବିଶେଷକରି ସଂଧ୍ୟା ସମୟରେ କମାପଲ୍ଲୀ ଛକ ଠାରୁ ଆରମ୍ଭ କରି ବଡ଼ ବଜାର ପର୍ଯ୍ୟନ୍ତ ମୁଖ୍ୟରାସ୍ତା ଓ ବଜାର ଅଂଚଳ ଗୁଡ଼ିକ ଜନଶୁନ୍ୟ ପରିଲକ୍ଷିତ ହୋଇଛି । ଜିଲ୍ଳା ପ୍ରଶାସନର ନିଷ୍ପତ୍ତିକୁ ମାନି ଦୋକାନ ବଜାର ବନ୍ଦ ରହିବା ସହ ଜନସାଧାରଣ ଘରେ ରହୁଥିବା ଯୋଗୁଁ ବିଶେଷକରି ସଂଧ୍ୟା ସମୟରେ ରାସ୍ତାଘାଟ ଶୁନ୍ଶାନ ହୋଇପଡ଼ୁଛି । ତେବେ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ପାଇଁ ପୋଲିସ ମୁତୟନ ରହିଥିବା ଦେଖିବାକୁ ମିଳିଛି ।