
ବ୍ରହ୍ମପୁର ମହାନଗରରେ କରୋନାକୁ ଦୃଷ୍ଟିରେ ରଖି ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ପରାମର୍ଶକ୍ରମେ ଅଗ୍ନିଶମ ବିଭାଗ ତରଫରୁ ପ୍ରତିଶେଧକ ବ୍ୟବସ୍ଥା ପାଇଁ ବିଶୋଧନ କରାଯାଉଛି । ପୂର୍ବରୁ ବହୁ ଅଂଚଳରେ ଏପରି ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜ କରାଯାଇଥିଲା । ବୁଧବାର ୨ଟି ଦମକଳ ଗାଡ଼ି ଓ ୧୫ଜଣ କର୍ମଚାରୀଙ୍କ ଦ୍ୱାରା ଅଗ୍ନିଶମ ବାହିନୀର କର୍ମଚାରୀମାନେ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ଅଂଚଳ ଯଥା ବିଜିପୁର ବନ୍ଧ, ବିଜିପୁର ପରିବା ବଜାର, ଗୋସାଇଁନୁଆଗାଁ ପରିବା ବଜାର, ଲାଂଜିପଲ୍ଲୀ, ଆଂକୁଲି ପରିବା ବଜାର ଓ କୋର୍ଟପେଟା ଛକଠାରେ ଏପରି ସୋଡିୟମ ହାଇଡ୍ରୋକ୍ଲୋରାଇଡ ସିଂଚନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଏପରି ବିଶୋଧନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅଗ୍ନିଶମ ବିଭାଗର ସହକାରୀ ଅଧିକାରୀ ସନାନତ ମହାପାତ୍ର ସୁଚନା ଦେଇଛନ୍ତି । ୯୯ଲିଟର ପାଣିରେ ଗୋଟିଏ ଲିଟର ସୋଡିୟମ କ୍ଲୋରାଇଡ ମିଶ୍ରଣ କରାଯାଇ ବିଶୋଧନ କରାଯାଉଥିବା ସେ କହିଛନ୍ତି ।






