Home Our Berhampur କରୋନା ଭତାଣୁକୁ ଦୃଷ୍ଟିରେ ରଖି ମହାନଗର ନିଗମ ନିଷ୍ପତ୍ତି କ୍ରମେ ବ୍ରହ୍ମପୁରର ବିଭିନ୍ନ ଅଂଚଳରେ ବିଶୋଧନ...

କରୋନା ଭତାଣୁକୁ ଦୃଷ୍ଟିରେ ରଖି ମହାନଗର ନିଗମ ନିଷ୍ପତ୍ତି କ୍ରମେ ବ୍ରହ୍ମପୁରର ବିଭିନ୍ନ ଅଂଚଳରେ ବିଶୋଧନ ସ୍ପେ୍ର କଲା ଅଗ୍ନିଶମ ବିଭାଗ ।

ବ୍ରହ୍ମପୁର ମହାନଗରରେ କରୋନାକୁ ଦୃଷ୍ଟିରେ ରଖି ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ପରାମର୍ଶକ୍ରମେ ଅଗ୍ନିଶମ ବିଭାଗ ତରଫରୁ ପ୍ରତିଶେଧକ ବ୍ୟବସ୍ଥା ପାଇଁ ବିଶୋଧନ କରାଯାଉଛି । ପୂର୍ବରୁ ବହୁ ଅଂଚଳରେ ଏପରି ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜ କରାଯାଇଥିଲା । ବୁଧବାର ୨ଟି ଦମକଳ ଗାଡ଼ି ଓ ୧୫ଜଣ କର୍ମଚାରୀଙ୍କ ଦ୍ୱାରା ଅଗ୍ନିଶମ ବାହିନୀର କର୍ମଚାରୀମାନେ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ଅଂଚଳ ଯଥା ବିଜିପୁର ବନ୍ଧ, ବିଜିପୁର ପରିବା ବଜାର, ଗୋସାଇଁନୁଆଗାଁ ପରିବା ବଜାର, ଲାଂଜିପଲ୍ଲୀ, ଆଂକୁଲି ପରିବା ବଜାର ଓ କୋର୍ଟପେଟା ଛକଠାରେ ଏପରି ସୋଡିୟମ ହାଇଡ୍ରୋକ୍ଲୋରାଇଡ ସିଂଚନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଏପରି ବିଶୋଧନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅଗ୍ନିଶମ ବିଭାଗର ସହକାରୀ ଅଧିକାରୀ ସନାନତ ମହାପାତ୍ର ସୁଚନା ଦେଇଛନ୍ତି । ୯୯ଲିଟର ପାଣିରେ ଗୋଟିଏ ଲିଟର ସୋଡିୟମ କ୍ଲୋରାଇଡ ମିଶ୍ରଣ କରାଯାଇ ବିଶୋଧନ କରାଯାଉଥିବା ସେ କହିଛନ୍ତି ।