କରୋନା ପାଇଁ ବ୍ରହ୍ମପୁରବାସୀଙ୍କ ସହଯୋଗ ଜାରି ରହିଥିବା ଯୋଗୁଁ ସମସ୍ତଙ୍କୁ ସାଧୁବାଦ ଓ ସମସ୍ତ ପୋଲିସ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ଏସ୍ପି ।

YouTube video

କରୋନା ପାଇଁ ବ୍ରହ୍ମପୁରବାସୀଙ୍କ ସହଯୋଗ ଜାରି ରହିଥିବା ଯୋଗୁଁ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି । ପୋଲିସ କର୍ମଚାରୀମାନେ ଜନସାଧାରଣଙ୍କ ସହଯୋଗ ପାଇଁ ଦାୟିତ୍ୱ ବହନ କରି ଆସୁଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଓ ଲୋକଙ୍କୁ କରୋନାରୁ ରକ୍ଷା କରିବାପାଇଁ ନିଜ ପରିବାରକୁ ଛାଡ଼ି ଏପରି ଦାୟିତ୍ୱ ନିର୍ବାହ କରୁଥିବା ଯୋଗୁଁ ସେ ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବା ସହ ବ୍ରହ୍ମପୁରବାସୀ ଏହି କରୋନା କଟକଣାକୁ ମାନି ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନିଜ ନିଜ ଘର ମଧ୍ୟରେ ସୁରକ୍ଷିତଭାବେ ରହିବାକୁ ଏସ୍ପି ମିଶ୍ର ଏକ ଭିଡିଓ ମାଧ୍ୟମରେ ପୋଲିସ ବିଭାଗ ପକ୍ଷରୁ ନିବେଦନ କରିଛନ୍ତି । ସେହିପରି ପ୍ରତିଦିନ ବିଭିନ୍ନ ଥାନା ପକ୍ଷରୁ ପୋଲିସ ପାଟ୍ରୋଲିଂ କରାଯାଉଥିବା ସେ କହିଛନ୍ତି ।