ଦେଶ ଓ ବିଦେଶରୁ ବହୁ ଲୋକ ଗଂଜାମ ଆସିଥିବାରୁ ଜିଲ୍ଲାରେ ସବୁ ଲୋକଙ୍କ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି କହିଲେ ଗଂଜାମ ଜିଲ୍ଲାପାଳ ।

YouTube video

ଗଂଜାମ ଜିଲ୍ଲାରେ ସବୁ ଲୋକଙ୍କ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ସୁଚନା ଦେଇଛନ୍ତି । କରୋନାର କୌଣସି ଲକ୍ଷଣ ଅଛି କି ନାହିଁ ଏହି ପରୀକ୍ଷା ମାଧ୍ୟମରେ ଜଣାପଡ଼ିବ ବୋଲି ସେ କହିଛନ୍ତି । ତିନିଦିନବ୍ୟାପୀ ଜନସାଧାରଣଙ୍କ ଥଣ୍ଡା, କାସ, ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲେ ଏହାର ପରୀକ୍ଷା କରାଯିବ । ଏଥିପାଇଁ ଅଂଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଶିକ୍ଷକ ମାନଙ୍କୁ ସାମିଲ କରାଯିବ । ଗଂଜାମ ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୭୩୦ଜଣ ବିଦେଶରୁ ଫେରିଥିବାବେଳେ ରାଜ୍ୟ ବାହାରୁ ଓ ଜିଲ୍ଳା ବାହାରୁ ବହୁ ସଂଖ୍ୟାରେ ଦାଦନ ଫେରିଛନ୍ତି । ଯାହାକୁ ନେଇ ପ୍ରଶାସନ ଚିନ୍ତାରେ ଥିବାବେଳେ ଏପରି ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।