
ଚୈତ୍ର ମଂଗଳବାର ପଂଚମ ପାଳି ଅବସରରେ କରୋନା ଭୁତାଣୁ ଏଲର୍ଟ ଲକ୍ ଡାଉନ ଘୋଷଣା ଯୋଗୁଁ ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ବନ୍ଦ ରହିଛି । ତେବେ ବହୁ ଭକ୍ତ ମନ୍ଦିର ସମ୍ମୁଖରେ ପୂଜାର୍ଚ୍ଚନା କରିବା ସହ ମା ଠାକୁରାଣୀଙ୍କୁ ଏହି ବିପଦ ସମୟରେ ସମସ୍ତଙ୍କୁ ଭଲରେ ରଖିବା ପାଇଁ କାମନା କରିଥିଲେ । ଚଳିତ ବର୍ଷ ଏପରି କରୋନା କଟକଣା ଫଳରେ ବ୍ରହ୍ମପୁରରେ ଭକ୍ତମାନେ ମାଁଙ୍କ ପୂଜା ସଠିକ୍ଭାବେ କରିପାରିନାହାନ୍ତି । ତେବେ ଭକ୍ତମାନେ ନିଜ ନିଜ ମନରେ ମାଁଙ୍କୁ ସ୍ମରଣ କରି ସର୍ବମଂଗଳ କାମନା କରିଛନ୍ତି । କଟକଣା ଯୋଗୁଁ ମାଁଙ୍କ ପୂଜାବିଧି ବନ୍ଦ ରହିଥିବା ଯୋଗୁଁ ମନ୍ଦିର ନିକଟରେ ପୂଜା ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀମାନେ ମଧ୍ୟ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିଛନ୍ତି ।






