ମହାନଗରରେ କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କଟକଣା କଡାକଡି, ବିନା କାରଣରେ ଗାଡ଼ି ବାହାର କରୁଥିବା ଲୋକଙ୍କୁ ଯାଂଚ ।

YouTube video

କରୋନା କଟକଣାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ କଟକଣା ଜାରି ରହିବ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ମଧ୍ୟ କଟକଣା ଜାରି ରହିଛି । ସକାଳ ୭ରୁ ଦିନ ୧୨ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି । ସମଦୁରତା ଅବଲମ୍ବନ କରି ଏପରି ସାମଗ୍ରୀ ବିକ୍ରି କରାଯାଉଥିବା ଲକ୍ଷ୍ୟ କରାଯାଇଛି । ପନି ପରିବା, ସୌଦା, ଔଷଧ ଓ କ୍ଷୀର ପ୍ୟାକେଟ ସମୟସୀମା ମଧ୍ୟରେ ବିକ୍ରି କରାଯାଉଛି । ଜନସାଧାରଣ କିପରି ଶାନ୍ତି ଶୃଙ୍ଖଳାର ସହ ବିଭିନ୍ନ ସାମଗ୍ରୀ କ୍ରୟ କରିପାରିବେ ଏଥିପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଛି । ସେହିପରି ବିନା କାରଣରେ ଗାଡ଼ି ବାହାର କରୁଥିବା ଲୋକଙ୍କୁ ଯାଂଚ କରାଯାଇ ପୋଲିସ ପକ୍ଷରୁ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଛି ।