ଭୂବନେଶ୍ୱରରୁ ୩୧୨ଜଣ ବ୍ୟକ୍ତି ଫେରିଛନ୍ତି ଚିକିଟି ବ୍ଲକ୍ ଲାଲମେଣ୍ଟା ଗ୍ରାମକୁ, ସମ୍ପୃକ୍ତ ଅଂଚଳରେ ଆକ୍ଟିଭ ସର୍ଭେଲାନ୍ସ ଜାରି, ତଦରଖ କରୁଛନ୍ତି ଉପଜିଲ୍ଲାପାଳ ଓ ବ୍ରହ୍ମପୁର ଏସ୍ପି ।

YouTube video

କରୋନା ଭୁତାଣୁ ସଂକ୍ରମଣ ନେଇ ସରକାରଙ୍କ ପକ୍ଷରୁ ଲକ୍ ଡାଉନ ପରେ ଭୂବନେଶ୍ୱରରୁ ୩୧୨ଜଣ ବ୍ୟକ୍ତି ସେମାନଙ୍କ ନିଜ ଘର ତଥା ଚିକିଟି ବ୍ଲକ୍ ଲାଲମେଣ୍ଟା ଗ୍ରାମକୁ ଫେରିଛନ୍ତି । ତେବେ ସେମାନେ ଅଂଚଳରେ ବୁଲାବୁଲି କରୁଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଏହି ଗ୍ରାମପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ଗ୍ରାମର ଲୋକମାନେ ଯେପରି ବାହାରକୁ ବାହାରିବେ ନାହିଁ ତେଣୁ ସମ୍ପୃକ୍ତ ଅଂଚଳରେ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିଛି । ସ୍ୱାସ୍ଥ୍ୟ କର୍ମୀମାନେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଏହି ପରିବାର ଗୁଡ଼ିକ ଭୂବନେଶ୍ୱରରେ ମଜୁରଆ ଭାବେ କାମ କରୁଥିଲେ । ଏହି ଅଂଚଳକୁ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ ଓ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ପରିଦର୍ଶନ କରି ଲାଲ୍ମେଣ୍ଟା ଗ୍ରାମର ଲୋକମାନଙ୍କ ସହ ଆଲୋଚନା କରି ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ସେମାନଙ୍କୁ ସାମାଜିକ ଦୁରତା ରକ୍ଷା କରିବାପାଇଁ ପରାମର୍ଶ ଦିଆଯାଇଥିଲା । ସେହିପରି ସେମାନଙ୍କୁ ଖାଦ୍ୟ ଓ ଜିନିଷପତ୍ର ପ୍ରଦାନ କରାଯାଇଥିଲା । କୌଣସି ଲୋକ ଯେପରି ବାହାରକୁ ନ ବାହାରିବେ ସେଥିପାଇଁ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି ।