Home Bam Sports ଜାତୀୟ କ୍ରୀଡ଼ା ଦିବସରେ ବ୍ରହ୍ମପୁର ଷ୍ଟାଡିୟମ୍ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ, ବିଭିନ୍ନ ସ୍କୁଲ ଓ...

ଜାତୀୟ କ୍ରୀଡ଼ା ଦିବସରେ ବ୍ରହ୍ମପୁର ଷ୍ଟାଡିୟମ୍ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ, ବିଭିନ୍ନ ସ୍କୁଲ ଓ ସଂଗଠନ ପକ୍ଷରୁ କ୍ରୀଡ଼ା ଦିବସ ପାଳିତ

YouTube video

ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଗୁରୁବାର ବ୍ରହ୍ମପୁର ଷ୍ଟାଡିୟମ୍ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲା କ୍ରୀଡ଼ା ସଂସଦ ଏବଂ କ୍ରୀଡ଼ା ଛାତ୍ରାବାସ ତରଫରୁ ଏହି ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲା କ୍ରୀଡ଼ା ସଂସଦର ଅନେକ ସଭ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏଠାରେ ବୃକ୍ଷ ରୋପଣ କରାଯିବା ସହ ଏକ ରାଲି ଆୟୋଜନ କରାଯାଇଥିଲା । ଏଥିରେ ବହୁ କ୍ରୀଡ଼ାବିତ୍ଙ୍କ ସମେତ କ୍ରୀଡ଼ା ଛାତ୍ରାବାସର ସମସ୍ତ ଖେଳାଳୀ ଓ ପୂର୍ବତନ ଖେଳାଳୀ ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରକୁ ଧରି ମାର୍ଚ୍ଚ ପାଷ୍ଟ୍ କରିଥିଲେ । କ୍ରୀଡ଼ା ସଂସଦର ସମ୍ପାଦକ ଅଶୋକ ସାହୁ, ଜିଲ୍ଲା କ୍ରୀଡ଼ାଧିକାରୀ ପ୍ରଶାନ୍ତ ସାହୁ, ଷ୍ଟାଡିୟମ୍ ଅଧିକାରୀ କାଜଲ ସାହୁ, ତାରିଣୀ ସାମନ୍ତରାୟ, ଶରତ ଚନ୍ଦ୍ର ମହାପାତ୍ର, ବସନ୍ତ ପାଣିଗ୍ରାହୀ,ସୀତାରାମ ବେବର୍ତ୍ତା, ସଂତୋଷ ସାହୁ, ପ୍ରଭାକର ରାଓ, ବିଜୟ ଅଧିକରୀ, ଗଜେନ୍ଦ୍ର ଦାସ, ଗୋବିନ୍ଦ ସାହୁ, ଶିଶିର ପାଣିଗ୍ରାହୀ, ଅରକ୍ଷିତ ପାଣିଗ୍ରାହୀ, ଜାମୁଲା ଶଙ୍କର ନାରାୟଣ, ସଚିନ୍ଦ୍ର ମାଝୀ, ବୃନ୍ଦାବନ ବିଶୋୟୀ,ଅକ୍ଷୟ ପଟନାୟକ, ଦୁର୍ଗା ମହାପାତ୍ର, କାଳୀ ଚରଣ ରଥ, ସୀତା ଜେନାଙ୍କ ସମେତ ସମସ୍ତ ସ୍କୁଲ୍ର କ୍ରୀଡ଼ା ଶିକ୍ଷକ ଉପସ୍ଥିତ ଥିଲେ । ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ରଂଜିତ ପାତ୍ର ଏବଂ ସମସ୍ତ କ୍ରୀଡ଼ାବିତ୍ ଇଣ୍ଡିଆ ଫିଟ୍ରେ ଯୋଗଦେଇ ଶାରୀରିକ ବ୍ୟାୟାମ୍ରେ ଅଂଶ ଗ୍ରହଣ କରିଥିଲେ ।