ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨କୁ ବୃଦ୍ଧି, ଜଣେ ମୃତ, ବ୍ରହ୍ମପୁରରେ ପଜିଟିଭ୍ଭାବେ ଚିହ୍ନଟ ହୋଇନାହାନ୍ତି କରୋନା ରୋଗୀ ।

YouTube video

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ଭୂବନେଶ୍ୱରର ୨୫ଜଣ ଆକ୍ରାନ୍ତ ରହିଛନ୍ତି । ଭୂବନେଶ୍ୱରର ଏମ୍ସ ହସ୍ପିଟାଲ୍ରେ ସୋମବାର ଝାରପଡ଼ା ଅଂଚଳର ୭୨ବର୍ଷୀୟ ଜନୈକ ବୃଦ୍ଧଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଛି । ସେ ଏପ୍ରିଲ ୪ ତାରିଖରେ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଏମ୍ସକୁ ଚିକିତ୍ସା ପାଇଁ ଯାଇଥିଲେ । ବ୍ରହ୍ମପୁରରେ କୌଣସି କରୋନା ରୋଗୀ ପଜିଟିଭ୍ଭାବେ ଚିହ୍ନଟ ହୋଇନାହାନ୍ତି । ଗଂଜାମ ଜିଲ୍ଲାକୁ ୭୩୦ଜଣ ବାହାର ଦେଶରୁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୩୬୬ଜଣଙ୍କ କ୍ୱାରେଣ୍ଟାଇନ ଅବଧି ଶେଷ ହୋଇଛି । କରୋନା ଭୁତାଣୁକୁ ମୁକାବିଲା କରିବାପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ।