Home Breaking ବାହାରକୁ ବାହାରିଲେ ମାକ୍ସ ପରିଧାନ ନିଦେ୍ର୍ଧଶ, ବିନା ମାକ୍ସରେ ୧୧ଜଣଙ୍କୁ ହଜାରେ ଟଙ୍କା ଲେଖାଏଁ ଜରିମାନା,...

ବାହାରକୁ ବାହାରିଲେ ମାକ୍ସ ପରିଧାନ ନିଦେ୍ର୍ଧଶ, ବିନା ମାକ୍ସରେ ୧୧ଜଣଙ୍କୁ ହଜାରେ ଟଙ୍କା ଲେଖାଏଁ ଜରିମାନା, ବିନା କାରଣରେ ରାସ୍ତାରେ ବୁଲିବା ଅଭିଯୋଗରେ ୨୦ଜଣ ଗିରଫ ।

YouTube video

ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନାକୁ ଦୃଷ୍ଟିରେ ରଖି ଜରୁରୀ କାଳୀନ ସମୟରେ ବାହାରକୁ ବାହାରିଲେ ମାକ୍ସ ପରିଧାନ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ନିର୍ଦେଶ ଜାରି କରିଥିଲେ । ତେବେ ଏହି ନିର୍ଦେଶକୁ କେତେକ ଲୋକ ମାନୁନଥିବା ପରିଲକ୍ଷିତ ହୋଇଛି । ସହର ମଧ୍ୟରେ ମାକ୍ସ ପରିଧାନ ନ କରି ବାହାରକୁ ବାହାରିଲେ ଏକ ହଜାର ଟଙ୍କା ଏବଂ ଗ୍ରାମଂଚଳରେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ନିର୍ଦେଶ ଜାରି ହୋଇଥିଲା । ତେବେ ଏପରି ନିର୍ଦେଶକୁ ବ୍ରହ୍ମପୁର ସହରରେ ଖିଲାପ କରି ସୋମବାର ୭ଜଣ ଓ ମଂଗଳବାର ୧୧ଜଣ ହଜାରେ ଟଙ୍କା ଲେଖାଏଁ ଜରିମାନା ପ୍ରଦାନ କରିଛନ୍ତି । ସେହିପରି ବ୍ରହ୍ମପୁରର ବିଭିନ୍ନ ଥାନା ପକ୍ଷରୁ ବିନା କାରଣରେ ରାସ୍ତାରେ ବୁଲିବା ଅଭିଯୋଗରେ ପ୍ରାୟ ୨୦ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ଏପରି ନିୟମ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୁଚନା ଦେବା ସହ ସମସ୍ତ ଜନସାଧାରଣ ନିଜ ନିଜ ଘରେ ସୁରକ୍ଷିତଭାବେ ରୁହନ୍ତୁ ବୋଲି କହିଛନ୍ତି ।