କରୋନା ମୂକାବିଲା ପାଇଁ ପୋଲିସର ଭୂମିକା ପ୍ରଂଶସନିୟ, ଦକ୍ଷିଣାଂଚଳ ଡିଆଇଜିଙ୍କ ବିଭିନ୍ନ ପୋଲିସ ପୋଷ୍ଟ ପରିଦର୍ଶନ, ବିଭିନ୍ନ ଥାନା ପକ୍ଷରୁ ଏସ୍ଡିପିଓଙ୍କ ନେତୃତ୍ୱରେ ମିଳିତ ପେଟ୍ରୋଲିଂ ।

YouTube video

କରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଛି । ଏହି ପରିପେକ୍ଷିରେ ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ ବିଭିନ୍ନ ପୋଲିସ ପୋଷ୍ଟକୁ ପରିଦର୍ଶନ କରିଥିଲେ । ସେ ଦାୟିତ୍ୱ ନିର୍ବାହ କରୁଥିବା ପୋଲିସ କର୍ମଚାରୀମାନଙ୍କ ସହ ଆଲୋଚନା କରି ସାମାଜିକ ଦୁରତା ଅବଲମ୍ବନ କରିବାପାଇଁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ପୋଲିସ କର୍ମଚାରୀ କାର୍ଯ୍ୟରତ ସମୟରେ ମାକ୍ସ ପରିଧାନ କରିବା ସହ ସାମାଜିକ ଦୁରତା ଅବଲମ୍ବନ କରି ଜନସାଧାରଣଙ୍କ ସେବା ଜାରି ରଖିବାକୁ ଡିଆଇଜି ଭୋଇ କହିଥିଲେ । ଆମ୍ବପୁଆରେ ରହୁଥିବା ପୋଲିସ କର୍ମଚାରୀମାନଙ୍କ ପ୍ରକୋÂ ଗୁଡ଼ିକ ମଧ୍ୟ ସେ ବୁଲି ଦେଖିଥିଲେ । ଏହି ଅବସରରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଉପସ୍ଥିତ ଥିଲେ ।