କରୋନା ଭତାଣୁକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମର ନିଷ୍ପତ୍ତି କ୍ରମେ ବିଭିନ୍ନ ଅଂଚଳରେ ବିଶୋଧନ ସ୍ପେ୍ର କଲା ଅଗ୍ନିଶମ ବିଭାଗ ।

YouTube video

କରୋନା ଭତାଣୁକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମର ନିଷ୍ପତ୍ତି କ୍ରମେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ମହାନଗରର ବିଭିନ୍ନ ଅଂଚଳରେ ବିଶୋଧନ ସ୍ପେ୍ର କରାଯାଇଛି । ଅଗ୍ନିଶମ କର୍ମଚାରୀମାନେ ଗାଡ଼ି ମାଧ୍ୟମରେ ବ୍ରହ୍ମପୁରର ବହୁ ଅଂଚଳରେ ରବିବାର ବିଶୋଧନ ସ୍ପେ୍ର କରିଥିଲେ । ଏହି ପରିପ୍ରେକ୍ଷୀରେ ଅଗ୍ନିଶମ ବିଭାଗ ପକ୍ଷରୁ ବଡ଼ ବଜାର ପରିବା ମାର୍କେଟ, ଦେଶୀ ବେହେରା ସାହି, ଗେଟ ବଜାର ପରିବା ବଜାର, ମାଛ ବଜାର, କମାପଲ୍ଲୀ ଭେଣ୍ଡିଂ ଜୋନ, ମାଛ ବଜାର, ନଗର ଚିକିତ୍ସାଳୟ, ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରେ ବିଶୋଧନ କରାଯାଇଥିବା ଅଗ୍ନିଶମ ବଭାଗର ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ସୁଚନା ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମର ପରାମର୍ଶକ୍ରମେ ଏପରି ବିଭିନ୍ନ ସ୍ଥାନରେ ବିଶୋଧନ କରାଯାଇଥିବା ସେ କହିଛନ୍ତି । ତେବେ ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏପରି ବିଶୋଧନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।