
ବ୍ରହ୍ମପୁର ମହାନଗରରେ କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ କଡା କରାଯାଇଛି । ଏହି କଟକଣାକୁ ଜନସାଧାରଣ ଖିଲାପ କରୁଥିବା ଯୋଗୁଁ ଏପରି ପଦକ୍ଷେପ ନିଆଯାଇଛି । ପଦକ୍ଷେପ ସ୍ୱରୁପ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପନି ପରିବା, ମାଛ,ମାଂସ ଓ ସୌଦା ସାମଗ୍ରୀ ବିକ୍ରୟର ବ୍ୟବସ୍ଥା କରାଯାଇଛି । ତେବେ କେହିହେଲେ ଗାଡ଼ି ବ୍ୟବହାର ନ କରିବାପାଇଁ ନିର୍ଦେଶ ଦିଆଯାଇଛି । ସେହିପରି ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଜନସାଧାରଣ ଘରେ ରହିବାକୁ ନିର୍ଦେଶ ଲାଗୁ ହୋଇଛି । ଏପରି ନିର୍ଦେଶକୁ କିଛି ଜନସାଧାରଣ ମାନୁ ନଥିବା ଯୋଗୁଁ ସୋମବାର ପୋଲିସ ପକ୍ଷରୁ ବହୁ ଗାଡ଼ି ଜବତ କରାଯାଇଛି । ତେଣୁ ଜନସାଧାରଣ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ କରୋନା କଟକଣାକୁ ମାନି ଚଳିବାକୁ ଟ୍ରାଫିକ ଡିଏସ୍ପି ସାର୍ଥକ ରାୟ ସାକ୍ଷାତକାରରେ କହିବା ସହ ଏହି କରୋନାରୁ ମୁକ୍ତି ପାଇଁ ସମସ୍ତେ ନିଜ ନିଜ ଘରେ ରୁହନ୍ତୁ ବୋଲି ସେ କହିଛନ୍ତି । ସୁଚନାଯୋଗ୍ୟ ରବିବାରଦିନ ପୋଲିସ ତରଫରୁ ମୋଟ ୬୪୭ଟି ଗାଡ଼ି ଜବତ କରାଯାଇ ୩ଲକ୍ଷ ୭୨ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯିବା ସହ ୬ଜଣଙ୍କୁ ଗିରଫ କରାଯାଇଛି ।






