Home Breaking କୁକୁଡ଼ାଖଣ୍ଡି ବ୍ଲକ୍ ବାଘଲଟି ଗ୍ରାମ ପଂଚାୟତ ମାଠିଆ ସାହିକୁ କରୋନା ହଟ୍ସ୍ପଟଭାବେ ସିଲ କଲା ପ୍ରଶାସନ,...

କୁକୁଡ଼ାଖଣ୍ଡି ବ୍ଲକ୍ ବାଘଲଟି ଗ୍ରାମ ପଂଚାୟତ ମାଠିଆ ସାହିକୁ କରୋନା ହଟ୍ସ୍ପଟଭାବେ ସିଲ କଲା ପ୍ରଶାସନ, ଏହି ଅଂଚଳର ୧୩୦ଜଣ ଭୂବନେଶ୍ୱର ବମିଖାଲ ଅଂଚଳରୁ ଆସିଥିବାରୁ ପଦକ୍ଷେପ ।

YouTube video

କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବାଘଲଟି ଗ୍ରାମ ପଂଚାୟତ ମାଠିଆ ସାହିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ହଟ୍ସ୍ପଟଭାବେ ଘୋଷଣା କରାଯାଇଛି । କାରଣ କିଛି ଦିନ ପୂର୍ବରୁ ଏହି ଅଂଚଳର ୧୩୦ଜଣ ଭୂବନେଶ୍ୱର ବମିଖାଲ ଅଂଚଳରୁ ଆସି ଏଠାରେ ରହୁଛନ୍ତି । ତେଣୁ ଭୂବନେଶ୍ୱରରୁ ହିଁ ଏହି ସାହିକୁ କରୋନା ହସ୍ସ୍ପଟ୍ଭାବେ ଘୋଷଣା କରାଯାଇ ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ଏହି ଅଂଚଳକୁ ସଟ୍ ଡାଉନ ଘୋଷଣା କରାଯାଇଛି । ଏହି ଅଂଚଳର ସାହି ବାସିନ୍ଦାମାନେ ଘରୁ କେହି ନ ବାହାରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥିପାଇଁ ଗୋଳନ୍ଥରା ଥାନା ପୋଲିସକୁ ଦାୟିତ୍ୱ ପ୍ରଦାନ କରାଯିବା ସହ ଉକ୍ତ ଗ୍ରାମରେ ଏକ ଚେକ ପୋଷ୍ଟ କରାଯାଇଛି । ଏଠାରେ ରହୁଥିବା ୧୩୦ଜଣଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦିଆଯିବାପାଇଁ ନିଷ୍ପତ୍ତି ହୋଇଛି ।