Home Breaking କରୋନାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍ ଡାଉନ...

କରୋନାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା, ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ନିର୍ଦେଶ ।

YouTube video

କରୋନାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରାଯାଇଛି । ଏପରି ଘୋଷଣା ପାଇଁ ପ୍ରତ୍ୟେକ ଜନସାଧାରଣ ନିଜ ନିଜ ଘରେ ରହିବାକୁ କୁହାଯାଇଛି । ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜନସାଧାରଣ ପନି ପରିବା, ଖାଉଟି ସାମଗ୍ରୀ, ଆମିଷ ଓ ଔଷଧ ଆଣିବାପାଇଁ ନିକଟସ୍ଥ ଦୋକାନକୁ ଚାଲି ଚାଲି ଯିବାପାଇଁ ନିର୍ଦେଶ ଦିଆଯାଇଛି । ପ୍ରତ୍ୟକ ଜନସାଧାରଣ ମାକ୍ସ ପରିଧାନ କରି ବାହାରକୁ ଯିବାପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ନିଦେ୍ର୍ଧଶ ଦେବା ସହ ଯେଉଁମାନେ ମାକ୍ସ ପିନ୍ଦିନଥିବେ ସେମାନଙ୍କଠାରୁ ସହରରେ ୧୦୦୦ ଟଙ୍କା ଓ ଗ୍ରାମରେ ୫୦୦ ଟଙ୍କା ଲେଖାଏ ଜରିମୋନା ଆଦାୟ କରାଯିବ ବୋଲି ସେ କହିଛନ୍ତି । ସେହିପରି ଅଜଥାରେ ବାହାରେ ବୁଲୁଥିବା ଲୋକମାନଙ୍କୁ କୁରେନଟାଇନରେ ରଖାଯିବ ବୋଲି ଜିଲ୍ଲାପାଳ କୁଲାଙ୍ଗେ କହିଛନ୍ତି । ତେଣୁ ଏଥିପାଇଁ ଗଂଜାମ ଜିଲ୍ଲାବାସୀ ସହଯୋଗ କରିବାକୁ ଜିଲ୍ଲାପାଳ କୁଲାଂଗେ ନିବେଦନ କରିଛନ୍ତି । କିଛି ଲୋକ ଓ ବ୍ୟବସାୟୀ ସମଦୁରତା ଅବଲମ୍ବନ ନ କରିବା ଏବଂ ଏହାକୁ ଉପହାସ କରୁଥିବାଯୋଗୁଁ ଜିଲ୍ଲାପାଳ ଏଥିନେଇ ଅସଂତୋଷ ପ୍ରକାଶ କରିଛନ୍ତି । ତେଣୁ ପ୍ରତ୍ୟେକ ଜନସାଧାରଣ ବିପଦକୁ ନ ଡାକି କରୋନା ପାଇଁ ନିଜ ନିଜ ଘରେ ସୁରକ୍ଷିତ ରହିବାକୁ ଜିଲ୍ଲାପାଳ କୁଲାଂଗେ ପ୍ରକାଶ କରିଛନ୍ତି ।