କରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ବିଭାଗ ତରଫରୁ ସ୍ୱତନ୍ତ୍ର ଫୋନ ଲାଇନ ବ୍ୟବସ୍ଥା, କରୋନା ସମ୍ପର୍କିତ ସମସ୍ୟା ନେଇ ସୁଚନା ଦେବାକୁ ନିବେଦନ ।

YouTube video

କରୋନାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ତରଫରୁ ସ୍ୱତନ୍ତ୍ର ଫୋନ ଲାଇନର ବ୍ୟବସ୍ଥା କରାଯାଇଛି । ଯଦି କୌଣସି ବ୍ୟକ୍ତି କରୋନା ଯୋଗୁଁ ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ବ୍ରହ୍ମପୁର ପୋଲିସ ବିଭାଗ ତରଫରୁ ଦିଆଯାଇଥିବା ହେଲ୍ପ ଲାଇନ ନଂ ସହ ଯୋଗାଯୋଗ କରିବାକୁ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୁଚନା ଦେଇଛନ୍ତି । ଏହି ନଂ ଗୁଡ଼ିକ ହେଲା ୦୬୮୦-୨୨୯୨୮୬୪, ୦୬୮୦-୨୨୯୨୦୪୨, ୦୬୮୦-୨୨୯୦୦୨୨, ୦୬୮୦-୨୨୯୦୦୨୩ ଏବଂ ୦୬୮୦-୨୨୯୨୩୯୦ ସହ ଯୋଗାଯୋଗ କରିପାରିବେ ବୋଲି ଏସ୍ପି ମିଶ୍ର ପ୍ରକାଶ କରିଛନ୍ତି । ପ୍ରତ୍ୟେକ ଜନସାଧାରଣ ଏହି ଫୋନ୍ ମାଧ୍ୟମରେ ସେମାନଙ୍କ କରୋନା ସମ୍ପର୍କିତ ସମସ୍ୟା ନେଇ ସୁଚନା ଦେବାକୁ ସେ ନିବେଦନ କରିଛନ୍ତି ।