
ନିଜାମୁଦ୍ଧିନ ସମାବେଶରୁ ଫେରିଥିବା ଜନସାଧାରଣ ରାଜ୍ୟ ସରକାରଙ୍କୁ ସହଯୋଗ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିବେଦନ କରିଛନ୍ତି । ବର୍ତ୍ତମାନ ନିଜାମୁଦ୍ଧିନ ଲିଂକରେ ରାଜ୍ୟରେ ୩ଜଣ କରୋନା ପଜିଟିଭ ରହିଛନ୍ତି । ତେଣୁ ନିଜାମୁଦ୍ଧିନ ଲିଂକ ଥିବା ଲୋକମାନେ ଭୟ ନ କରି ଜିଲ୍ଲା ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପଟନାୟକ କହିଛନ୍ତି । ଯଦି ସେମାନେ ଲଜ୍ୟା ଓ ଭୟ କରିବେ ତେବେ ସେମାନଙ୍କ ପରିବାର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ବର୍ତ୍ତମାନ ସୁଦ୍ଧା ନିଜାମୁଦ୍ଧିନ ଲିଂକରେ ୨୮ଜଣଙ୍କ ମଧ୍ୟରୁ ୨୫ଜଣ ନେଗେଟିଭ ଅଛନ୍ତି । କଟକ, ପୁରୀ ଓ ଯାଜପୁରର ୩ଜଣ ନିଜାମୁଦ୍ଧିନ ଲିଂକ ଯୋଗୁଁ ପଜିଟିଭ ଥିବା ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗ୍ଚି ସୁଚନା ଦେଇଛନ୍ତି । ଯଦି ଗଂଜାମ ଜିଲ୍ଲାରେ କିମ୍ବା ଦକ୍ଷିଣ ଓଡ଼ିଶାରେ କେହି ନିଜାମୁଦ୍ଧିନରୁ ଫେରିଛନ୍ତି ତେବେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାପାଇଁ କୁହାଯାଇଛି ।






