
କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାକୁ ବିଦେଶ ଓ ଅନ୍ୟରାଜ୍ୟରୁ ଫେରିଥିବା ବହିରାଗତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୫ହଜାର ୨୬୬ଜଣ ଘରୋଇ ସଂଗରୋଧରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪୧୫ଜଣ ବିଦେଶରୁ ଫେରିଥିବାବେଳେ ୨୪ହଜାର ୮୫୧ଜଣ ବାହାର ରାଜ୍ୟରୁ ଫେରିଛନ୍ତି । ସେମାନଙ୍କ ଘର ବାହାରେ ସୁଚନା ଫଳକ ଲଗାଯାଇ ପ୍ରତିଦିନ ସ୍ୱାସ୍ଥ୍ୟକର୍ମୀ ଓ ଅଂଗନବାଡ଼ି କର୍ମୀଙ୍କ ଦ୍ୱାରା ଭଲମନ୍ଦ ବୁଝାଯିବା ସହ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଉଛି । ଅପର ପକ୍ଷରେ ୪୧୫ଜଣ ବିଦେଶ ଫେରନ୍ତାଙ୍କ ଘରୋଇ ସଂଗରୋଧ ସମୟ ସରିଯାଇଛି । ତେଣୁ ସମୟ ସରିଯିବା ପରେ ମଧ୍ୟ ଅନ୍ୟମାନଙ୍କ ପରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଗଂଜାମ ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୧୫୮ଜଣ କରୋନା ସଂଦିଗ୍ଧଙ୍କ ପରୀକ୍ଷା କରାଯାଇଥିବାବେଳେ କେହି ସଂକ୍ରମିତ ନଥିବା ଜଣାପଡ଼ିଛି ।






