ଏମ୍କେସିଜି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ୍ରେ ପହଂଚିଲା କରୋନା ପରୀକ୍ଷା ମେସିନ, ବର୍ତ୍ତମାନ ଗୋଟିଏ ଦିନରେ ମିଳିବ ରିପୋଟ ।

YouTube video

ଏମ୍କେସିଜି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ୍ରେ କରୋନା ପରୀକ୍ଷା ମେସିନ ପହଂଚିଛି । ସମ୍ପୃକ୍ତି କମ୍ପାନୀର କର୍ମଚାରୀମାନେ ଏହି ମେସିନକୁ ବଡ଼ ଡାକ୍ତରଖାନର ମାଇକ୍ରୋ ବାୟୋଲୋଜୀ ବିଭାଗରେ ସ୍ଥାପନ କରିଥିବାବେଳେ ସୋମବାରଠାରୁ ଏହାର ପରୀକ୍ଷା ଆରମ୍ଭ କରାଯିବାକୁ ଯୋଜନା ରହିଛି । ଏହି ମେସିନ ପରିଚାଳନା ନେଇ କମ୍ପାନୀ ଇଂଜିନିୟରମାନେ ବଡ଼ ଡାକ୍ତରଖାନାର କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବେ । ଓଡ଼ିଶା ରାଜ୍ୟ ଔଷଧ ନିଗମ ତରଫରୁ ବଡ଼ ଡାକ୍ତରଖାନାକୁ ୨୨ଲକ୍ଷ ଟଙ୍କାର ଏପରି ମେସିନ ଯୋଗାଇଦିଆଯାଇଛି । ଏହି ମେସିନରେ ଏକା ସାଂଗରେ ୧୭ଟି ନମୁନା ପରୀକ୍ଷା କରାଯାଇପାରିବ । ଏହି ପରୀକ୍ଷା ପାଇଁ ୫ରୁ ୬ଘଣ୍ଟା ସମୟ ଲାଗିବ ବୋଲି ବଡ଼ ଡାକ୍ତରଖାନା ଅଧିକ୍ଷକ ପ୍ରଫେସର ସଂତୋଷ କୁମାର ମିଶ୍ର ସୁଚନା ଦେଇଛନ୍ତି । ପୂର୍ବରୁ କରୋନା ଭାଇରସ ପରିକ୍ଷା ପାଇଁ ଭୂବନେଶ୍ୱର ଆର୍ଏମ୍ଆର୍ସିକୁ ପଠାଯାଉଥିବାବେଳେ ଏହାର ରିପୋର୍ଟ ଆସିବାକୁ ୩ଦିନ ସମୟ ଲାଗୁଥିଲା । ବର୍ତ୍ତମାନ ବଡ଼ ଡାକ୍ତରଖାନାରେ ପରୀକ୍ଷା ଆରମ୍ଭ ହେଉଥିବା ଯୋଗୁଁ ଏହାଦ୍ୱାରା ଜନସାଧାରଣ ଉପକାର ପାଇପାରିବେ ବୋଲି ଅଧିକ୍ଷକ ମିଶ୍ର ସୁଚନା ଦେଇଛନ୍ତି ।