ଏମ୍କେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ର ଆଇସୋଲେସନ୍ ୱାର୍ଡରେ ଆଉଜଣେ କରୋନା ସଂଦିଗ୍ଧ ଭର୍ତ୍ତି, ୩୧ଜଣ ସଂଦିଗ୍ଧଙ୍କ ମଧ୍ୟରୁ ୨୮ଜଣଙ୍କ ରିପୋର୍ଟ ନେଗେଟିଭ ।

YouTube video

ଏମ୍କେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ର ଆଇସୋଲେସନ୍ ୱାର୍ଡରେ ଆଉଜଣେ କରୋନା ସଂଦିଗ୍ଧ ଭର୍ତ୍ତି ହୋଇଛନ୍ତି । ସେ ଖଲିକୋଟ ବାସିନ୍ଦା ହୋଇଥିବାବେଳେ ଗୁଜରାଟରୁ ଫେରିଥିଲେ । ତାଙ୍କର ସ୍ୱାବସଂଗ୍ରହ କରାଯାଇ ଭୂବନେଶ୍ୱର ପଠାଯାଇଥିବା ବ୍ରହ୍ମପୁର ବଡ଼ ଡାକ୍ତରଖାନା ଅଧିକ୍ଷକ ପ୍ରଫେସର ସଂତୋଷ କୁମାର ମିଶ୍ର ସୁଚନା ଦେଇଛନ୍ତି । ଏହା ପୂର୍ବରୁ ୬ଜଣଙ୍କ ରିପୋର୍ଟ ନେଗେଟିଭ ରହିଥିଲା ବୋଲି ସେ କହିଛନ୍ତି । ଭୂବନେଶ୍ୱରର କର କ୍ଳିନିକରୁ ଫେରିଥିବା ୩ଜଣଙ୍କ ସହ ଆଉ ୩ଜଣଙ୍କ ରିପୋର୍ଟ ନେଗେଟିଭ ଥିଲା । ଏହି ୬ଜଣଙ୍କୁ ଡାକ୍ତରଖାନାରୁ ଛାଡ଼ିଦିଆଯାଇଥିବା ପ୍ରଫେସର ମିଶ୍ର କହିଛନ୍ତି । ବର୍ତ୍ତମାନ ସୁଦ୍ଧା ବଡ଼ ଡାକ୍ତରଖାନାରେ ୩୧ଜଣ ସଂଦିଗ୍ଧଙ୍କ ସ୍ୱାବ ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୮ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ଅନ୍ୟ ୩ଜଣ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ରିପୋର୍ଟ ଆସିବାପରେ ସେମାନେ କରୋନା ନେଗେଟିଭ କି ପଜିଟିଭ ଜଣାପଡ଼ିବ ବୋଲି ଅଧିକ୍ଷକ ପ୍ରଫେସର ମିଶ୍ର ସୁଚନା ଦେଇଛନ୍ତି ।