
କରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗରରେ କଟକଣା ଜାରି ରହିଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦୀ ଯୋଗୁଁ ଏପରି କଟକଣା ଅବ୍ୟାହତ ରହିବ । ଏହାକୁ ଦୃଷ୍ଟିରେ ରଖି କୌଣସି ଜନସାଧାରଣ ସକାଳ ୭ଟାରୁ ୧୨ଟା ଓ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରକୁ ଗାଡ଼ି ବାହାର ନ କରିବାପାଇଁ ନିର୍ଦେଶ ଜାରି ରହିଛି । ପ୍ରତ୍ୟେକ ଜନସାଧାରଣଙ୍କୁ ଡୋର ଡେଲିଭେରି ବ୍ୟବସ୍ଥା କରାଯାଇଛି । ସେହିପରି ଆବଶ୍ୟକ ଔଷଧ ଅନ୍ଲାଇନ ମାଧ୍ୟମରେ କ୍ରୟ କରିବାପାଇଁ କୁହାଯାଇଛି । କରୋନା ଭୁତାଣୁ ଯୋଗୁଁ ସମଦୁରତା ଅବଲମ୍ବନ କରାଯିବା ସହ ମୁହଁରେ ମାକ୍ସ ପରିଧାନ କରିବାପାଇଁ କୁହାଯାଇଛି । ପିଡିଏସ୍ ଚାଉଳ ବଣ୍ଟନ ବେଳେ ସମଦୁରତା ଅବଲମ୍ବନ କରିବାପାଇଁ ନିର୍ଦେଶ ଦିଆଯାଇଛି । ତେଣୁ ଜିଲ୍ଲା ପ୍ରଶାସନର ଏପରି ନିର୍ଦେଶକୁ ସମସ୍ତ ଜନସାଧାରଣ ମାନିବା ଉଚିତ ବୋଲି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୁଚନା ଦେଇଛନ୍ତି ।






