ବେଆଇନ ଗୁଟ୍ଖା କାରଖାନା ଓ ଗୋଦାମ ଉପରେ ପୋଲିସ ଚଢ଼ାଉ, ୬ଜଣ ଶ୍ରମିକ ଗିରଫ, ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗୁଟ୍ଖା ଜବତ, ମୂଖ୍ୟ ୫ ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ।

YouTube video

ସଦର ଥାନା ଅନ୍ତର୍ଗତ ଟେକ୍ନୋ ନଗରରେ ଏକ ବେଆଇନ ଗୁଟ୍ଖା କାରବାର କରୁଥିବା ଘରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ସମୟରେ ପୋଲିସ ୬ଜଣ ଶ୍ରମିକଙ୍କୁ ଗିରଫ କରିଥିବାବେଳେ ଟେକ୍ନୋ ନଗର ନିବାସୀ ତଥା ଘର ମାଲିକ ପ୍ରକାଶ ସାହୁ ଘର ଉପରେ ଚଢ଼ାଉ କରି ବହୁ ପରିମାଣର ନକଲି ଗୁଟ୍ଖା ଜବତ କରିଛି । ଏଠାରୁ ପ୍ରାୟ ୫୦ରୁ ୬୦ଲକ୍ଷ ଟଙ୍କାର ଗୁଟ୍ଖା ସହ ଅନ୍ୟାନ୍ୟ ଗୁଟ୍ଖା ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଥିବା ଜଣାଯାଇଛି । ଏ ସଂକ୍ରାନ୍ତରେ ୬ଜଣଙ୍କୁ ଗିରଫ କରାଯାଇଥିବାବେଳେ ସମସ୍ତେ ବାହାର ରାଜ୍ୟର ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୋହନ ଦାସ, ବାବୁଲା ସାହୁ, କୀର୍ତ୍ତନ ସାହୁ, ରାଜା ରାଓ ଓ ଶମ୍ଭୁ ବେହେରାଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ସମସ୍ତେ ଫେରାର ଥିବା ଜଣାପଡ଼ିଛି । ତେବେ ଅତିଶିଘ୍ର ଘଟଣାର ତଦନ୍ତ କରାଯାଇ ଦୋଷୀ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସଦର ଥାନାଧିକାରୀ ସଂତୋଷିନି ଓରାମ ସୁଚନା ଦେଇଛନ୍ତି ।